ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ପରୀକ୍ଷା ହୋଇଛି। ପ୍ରଥମ ପେପର ପରୀକ୍ଷା ସାଢେ ୯ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ସରିଛି। ସେହିପରି ଦ୍ୱିତୀୟ ପେପର ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିଥିଲା।
ଜେଇଇ ମେନ୍ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟେସନ କରିଛନ୍ତି। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫଲାଇନ୍ରେ ପରୀକ୍ଷା ଦେଇଥିବା ବେଳେ ୭ହଜାର ୯୮୯ଜଣ ଅନ୍ଲାଇନ୍ରେ ପରୀକ୍ଷା ଦେଇଛନ୍ତି।
ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ନେଇ ଯାଇଥିଲେ। ଏହାକୁ ବାଧ୍ୟତାମୂଳକ କରାଯାଇଥିଲା। ଏପ୍ରିଲ ୩୦ରେ ପ୍ରଥମ ସିଟିଂ ଓ ମେ’ ୩୧ରେ ଦ୍ୱିତୀୟ ସିଟିଂର ରେଜଲ୍ଟ ବାହାରିବ। ଏପ୍ରିଲ ୧୫ ଏବଂ ୧୬ ତାରିଖରେ ଅନଲାଇନ୍ ପରୀକ୍ଷା ହେବ।
ଆଜି ପରୀକ୍ଷା କେନ୍ଦ୍ରକୁ ପିଲାମାନେ ଯିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଥିଲା। ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, କାଲକୁ ଲେଟର, ମେଟାଲିକ୍ ଜୁଏଲାରୀ ପ୍ରଭୃତି ବାରଣ କରାଯାଇଥିଲା। ମଧୁମେହ ରୋଗୀଙ୍କୁ ସୁଗାର ଟାବଲେଟ୍, ଫଳ ଓ ପାଣି ନେଇ ଯାଇଥିଲେ।