ପୁରୀ: ଶ୍ରୀଜୀଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଆଜି ରାତିରେ ଅନୁଷ୍ଠିତ ହୋଇଛି ହେରା ପଞ୍ଚମୀ ନୀତି। ମହାପ୍ରଭୁ ଶ୍ରୀମନ୍ଦିର ଛାଡିବାର ୫ମ ଦିନରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମା ଲକ୍ଷ୍ମୀ ପ୍ରଭୁଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବା ସହ ଶ୍ରୀ ମନ୍ଦିରକୁ ଫେରିବାକୁ ମନାଇବାରେ ସଫଳ ହୋଇଛନ୍ତି। ଭେଟ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀ ପ୍ରଥମେ ମହାପ୍ରଭୁଙ୍କ ରଥ ନିକଟରେ ପହଂଚି ପରମ୍ପରା ମୁତାବକ ରଥଭାଙ୍ଗିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।