ମନ୍ତ୍ରୀଙ୍କ ଟେଷ୍ଟରେ ମହାରଥୀଙ୍କୁ ଫାଷ୍ଟ ଡିଭିଜନ୍‌ !

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୃଷିମନ୍ତ୍ରୀ ପରୀକ୍ଷାରେ ପାସ୍‌ ହେଲେ। ଖାଲି ପାସ୍‌ ହେଇ ନାହାନ୍ତି, ଏକଦମ୍‌ ୧ ନଂ ରାଙ୍କ, ମାନେ ଫାଷ୍ଟ କ୍ଲାସ୍‌। କଥାଟା ଶୁଣି ଅଡୁଆ ଲାଗୁଥିବ। ସାର୍‌ ଏବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିବା ବେଳେ ପରୀକ୍ଷା କୁଆଡେ ଦେଲେ ଯେ, ଫାଷ୍ଟକ୍ଲାସ ପାଇଲେ? ଅବଶ୍ୟ କଥାଟି ଆମେ ନୁହେଁ ଖୋଦ୍‌ ମହାରଥୀ କହିଛନ୍ତି।

କଥାଟି ହେଉଛି ଏମିତି, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ, କୃଷି, ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ- ମୁଖ୍ୟମନ୍ତ୍ରୀଙ୍କ ହାବଭାବରୁ ଜାଣିଲୁ ପରୀକ୍ଷାରେ ଆମେ ଫାଷ୍ଟକ୍ଲାସ ପାଇଛୁ। ଏହି କଥା ଶୁଣି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅଧିକ କିଛି ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମହାରଥୀ ସଞ୍ଜବେଳେ କହିବି କହି ଚାଲି ଯାଇଥିଲେ।

Previous ArticleNext Article

Send this to a friend