ପାରାଦୀପ: ସିୱେଜ୍ ସିପିଂ କର୍ପୋରେସନ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସହିତ ଗିରଫ ହୋଇଥିବା ବସନ୍ତ ବଳଙ୍କୁ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ବଡ଼ ମେଡିକାଲର ମେଡିସିନ୍ ୱାର୍ଡରେ ରଖାଯାଇଛି।
ଗତକାଲି ଜାମିନ୍ ନାମଞ୍ଜୁର ପରେ ଉଭୟ ମହିମା ମିଶ୍ର ଓ ବସନ୍ତ ବଳଙ୍କୁ କୁଜଙ୍ଗ ସବ୍ଜେଲ୍ ପଠାଇ ଦିଆଯାଇଥିଲା। ତେବେ ଜେଲ୍ ଯିବାର କିଛି ସମୟ ପରେ ଦୁହେଁ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବସନ୍ତ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।