ସୋର(ଓଡ଼ିଶା ରିପୋର୍ଟର): ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଛେଚିଲେ ଲୋକେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ଛକ ନିକଟରେ। କିଛି ଦିନ ହେବ ସୋର ଷ୍ଟେସନ ଛକ ଦୋକାନ ଗୁଡ଼ିକରୁ ଚୋରି ହେଉଥିଲା। ଏହା ଉପରେ ଦୋକାନୀମାନେ କଡ଼ା ନଜର ରଖିଥିଲେ।
ଆଜି ସମ୍ପୃକ୍ତ ଯୁବକଙ୍କୁ ଲୋକେ ଧରିଥିଲେ। ଏହାପରେ ତାକୁ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ସୋର ପୋଲିସ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଉକ୍ତ ଯୁବକର ପରିଚୟ ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।