ସକାଳୁ ସକାଳୁ ପିଟି ଦେଲା ବୋଲେରୋ

accident

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସିନ୍ଧେକେଲା ଥାନା ଅନ୍ତର୍ଗତ କୋତମରା ଗାଁରେ ଆଜି ସକାଳେ ଘଟି ଯାଇଛି ଏକ ଦୁର୍ଘଟଣା। ସକାଳ ପ୍ରାୟ ୭ଟା ସମୟରେ କୋତମରା ଗାଁର ପୁରନ୍ଦର ବଛା ଜମିରେ ହଳ କରିବା ପାଇଁ ଟ୍ରାକଟର ଡାକି ଫେରୁ ଥିବା ସମୟରେ ଏକ ଦ୍ରୁତଗାମୀ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ଭବାନୀପାଟଣା-ରାଜଖରିଆର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗମନାଗମନ ପ୍ରଭାବିତ ହୋଇଥିଲା। ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲା।

Previous ArticleNext Article

Send this to a friend