ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳି ଦେଇଥିବା ସୂଚନା ମିଳିଛି। ପ୍ରାୟ ୪୦ରୁ ୫୦ ମାଓବାଦୀ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।
କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍ବାହିନୀ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି।