ନାବାଳକକୁ ୩ ବର୍ଷ ଜେଲ୍‌; ୩ ଜଣଙ୍କୁ ମାରିବାରେ ସମ୍ପୃକ୍ତ

ରାୟଗଡ଼ା (ମନୋଜ ପାତ୍ର): ଗୁଣି ଗାରେଡି ସନ୍ଦେହରେ ୨୦୧୬ ମସିହାରେ ଘଟିଥିଲା ଲୋମହର୍ଷଣ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ୧୩ ତାରିଖରେ ରାୟ ପ୍ରକାଶ ପାଇଥିଲା। ଗୁଣପୁର ଏଡିଜେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଆଜି ବାଳ ଅପରାଧୀକୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜୁଭେନାଇଲ‍୍‌ ଜଷ୍ଟିସ‍୍‌ ବୋର୍ଡ଼ ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍‌।

୨୦୧୬ ମସିହାରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିତୁଙ୍ଗୁ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମାଆ ଓ ଝିଅକୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ହତ୍ୟାକାଣ୍ଡର ୩ ଦିନ ପରେ ମୃତଦେହ ଗୁଡ଼ିକୁ ପୋଡ଼ି ଦିଆଯାଇଥିଲା। ଗତ ୧୩ ତାରିଖରେ ଗୁଣପୁର ଏଡିଜେ ଏହି ମାମଲାକୁ ବିଚାର କରି ୯ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ। ଆଜି ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟଜଣେ ବାଳ ଅପାରାଧୀକୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡା ଜୁଭେନାଇଲ‍୍‌ ଜଷ୍ଟିସ‍୍‌ ବୋର୍ଡର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ‍୍‌ ଡଃ. ଇନ୍ଦୁ ଶର୍ମା। ଅନ୍ୟପଟେ ଏହାକୁ ନେଇ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ।

Previous ArticleNext Article

Send this to a friend