ଫାଟିଗଲା ମୋବାଇଲ: ଅଷ୍ଟମ ଣ୍ରେଣୀ ଛାତ୍ରଙ୍କ ଆଖିରେ ଗୁରୁତର ଆଘାତ

mobile

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା କୋମନା ଥାନା କାଲିମାଟି ଗାଁରେ ଏକ ମୋବାଇଲ ଫାଟି ଜଣେ ୮ମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କୃତ୍ତିବାସ ମାଝି। ତାଙ୍କ ବାମ ଆଖି ଓ ହାତରେ ଗୁରୁତର ଆଘାତ ଲାଗିଛି। ପେଟର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତାଙ୍କ ବାମ ଆଖି ନଷ୍ଟ ହୋଇଯାଇ ପାରେ ବୋଲି ଆଶଙ୍କା କରାଯାଉଛି।

କୃତ୍ତିବାସ ମୋବାଇଲ ଚାର୍ଜ ବସାଇବା ବେଳେ ଏହା ହଠାତ ଫାଟି ଯାଇଥିଲା। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଖି ପରୀକ୍ଷା ପରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି।

Previous ArticleNext Article

Send this to a friend