ଜେଲ୍‌ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲରେ ଛାଡ଼ିଛି କମିଶନରେଟ୍ ପୋଲିସ।

ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। SCBରେ ୪ଟି ବିଭାଗରେ ଚିକିତ୍ସା ପରେ ପ୍ରତାପଙ୍କୁ ବେଡ୍ ଆଡମିଶନର ଆବଶ୍ୟକତା ନଥିବା ଦର୍ଶାଇଥିଲେ ଡାକ୍ତର। ତେଣୁ ପୋଲିସ ତାଙ୍କୁ ମେଡିକାଲରୁ ସିଧା ଝାରପଡ଼ା ଜେଲକୁ ଆଣିଥିଲା।

ଦୁର୍ଘଟଣା ପଛରେ ଆଉ କିଛି ସରକାରୀ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଉଥିବାରୁ ଘଟଣାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Ordigital Desk
• Published: Saturday, 05 May 2018
• Updated: 05 May 2018, 07:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲରେ ଛାଡ଼ିଛି କମିଶନରେଟ୍ ପୋଲିସ।

ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। SCBରେ ୪ଟି ବିଭାଗରେ ଚିକିତ୍ସା ପରେ ପ୍ରତାପଙ୍କୁ ବେଡ୍ ଆଡମିଶନର ଆବଶ୍ୟକତା ନଥିବା ଦର୍ଶାଇଥିଲେ ଡାକ୍ତର। ତେଣୁ ପୋଲିସ ତାଙ୍କୁ ମେଡିକାଲରୁ ସିଧା ଝାରପଡ଼ା ଜେଲକୁ ଆଣିଥିଲା।

ଦୁର୍ଘଟଣା ପଛରେ ଆଉ କିଛି ସରକାରୀ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଉଥିବାରୁ ଘଟଣାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos