ଯୁକ୍ତ ୩ରେ ନାମ ଲେଖାଇବାକୁ ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଆସନ୍ତାକାଲିଠୁ ଅନ୍‌ଲାଇନ୍ ଯୋଗେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ  ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପାଇଁ ଜୁଲାଇ ୧୨ ଓ ୧୩ ରେ ଆଡମିଶନ୍ କରାଯିବ। ତେବେ ବିଭିନ୍ନ ସାମ୍ସ ସେଣ୍ଟର ଗୁଡିକରେ ଅଫ୍‌ଲାଇନ୍ ବା ମାନୁଆଲ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୧୬ରୁ ପାଠପଢା ଆରମ୍ଭ ହେବ।

Previous ArticleNext Article

Leave a Reply

Send this to a friend