ସାବଧାନ ! ମାତିଛନ୍ତି କଟକ ଡିସିପି, ଦେଖନ୍ତୁ ଭିଡିଓ

<p>କଟକ(ଓଡ଼ିଶା ରିପୋର୍ଟର): ଦବଙ୍ଗ ଫର୍ମରେ ଡିସିପି। ବିକ୍ଷୋଭକାରୀଙ୍କୁ ସିଂଘମ ଷ୍ଟାଇଲରେ ମାଡ଼। ହାବୁଡ଼ରେ ଯିଏ ପଡ଼ିଲା ନିର୍ଘାତ ମାଡ଼ ଖାଇଲା।&nbsp; ଆଜି &nbsp;କଟକରେ ଏବିଭିପି କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । &nbsp;ଏବିଭିପି କର୍ମୀଙ୍କୁ ଗୋ଼ଡ଼େଇ ଗୋ଼ଡ଼େଇ ପିଟିଲା ପୋଲିସ। ମାଟ୍ରିକ୍&zwnj; ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାର ପ୍ରତିବାଦ ଜଣାଇ ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏବିଭିପି କର୍ମୀ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତେବେ କିଛି ଏବିଭିପି କର୍ମୀ ବୋର୍ଡ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବାରୁ ପୋଲିସ ସେମାନଙ୍କୁ ବାଧା ଦେଇଥିଲେ । ହେଲେ ଆନ୍ଦୋଳନରତ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ପଶିବାରୁ ଏମାନଙ୍କୁ ରୋକିବାକୁ ଯାଇ ମୁହାଁମୁହିଁ ହୋଇଥିଲା ପୋଲିସ । ଏମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା। ଏମିତିକି ଖୋଦ କଟକ ଡିସିପି ଅଖିଳେଶ୍ୱର ସିଂ ସାଦା ଡ୍ରେସ୍&zwnj;ରେ ଥାଇ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା ।</p>

Ordigital Desk
  • Published: Tuesday, 27 February 2018
  • Updated: 27 February 2018, 08:08 PM IST

Sports

Latest News

<p>କଟକ(ଓଡ଼ିଶା ରିପୋର୍ଟର): ଦବଙ୍ଗ ଫର୍ମରେ ଡିସିପି। ବିକ୍ଷୋଭକାରୀଙ୍କୁ ସିଂଘମ ଷ୍ଟାଇଲରେ ମାଡ଼। ହାବୁଡ଼ରେ ଯିଏ ପଡ଼ିଲା ନିର୍ଘାତ ମାଡ଼ ଖାଇଲା।&nbsp; ଆଜି &nbsp;କଟକରେ ଏବିଭିପି କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । &nbsp;ଏବିଭିପି କର୍ମୀଙ୍କୁ ଗୋ଼ଡ଼େଇ ଗୋ଼ଡ଼େଇ ପିଟିଲା ପୋଲିସ। ମାଟ୍ରିକ୍&zwnj; ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାର ପ୍ରତିବାଦ ଜଣାଇ ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏବିଭିପି କର୍ମୀ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତେବେ କିଛି ଏବିଭିପି କର୍ମୀ ବୋର୍ଡ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବାରୁ ପୋଲିସ ସେମାନଙ୍କୁ ବାଧା ଦେଇଥିଲେ । ହେଲେ ଆନ୍ଦୋଳନରତ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ପଶିବାରୁ ଏମାନଙ୍କୁ ରୋକିବାକୁ ଯାଇ ମୁହାଁମୁହିଁ ହୋଇଥିଲା ପୋଲିସ । ଏମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା। ଏମିତିକି ଖୋଦ କଟକ ଡିସିପି ଅଖିଳେଶ୍ୱର ସିଂ ସାଦା ଡ୍ରେସ୍&zwnj;ରେ ଥାଇ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos