ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସହାର ୨୮.୫ ପ୍ରତିଶତ

bse-orissa-logo

କଟକ: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ପାସହାର ୨୮.୫ ପ୍ରତିଶତ ରହିଛି । ମୋଟ ୧୬ହଜାର ୧୨୯ଜଣ ଛାତ୍ରୀଛାତ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ୪ହଜାର ୫୬୩ଜଣ ପାସ କରିଛନ୍ତି । ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବାହ୍ନ ସାଢେ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପରୀକ୍ଷା ଫଳ ୱେବସାଇଟରେ ଦେଖିହେବ । ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ ରେଜଲଟ୍ସ ଡନ ଇନ, ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ ଇଣ୍ଡିଆ ରେଜଲଟ୍ସ ଡଟ୍ କମ୍ ଓ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ ବିଏସଇଓଡ଼ିଶା ଡଟ୍ ଏନଆଇସି ଡଟ୍ ଇନରେ ଦେଖିହେବ । ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ମାଇଗ୍ରେସନ ସାର୍ଟିପିକେଟ ସମ୍ପୃକ୍ତ ସ୍କୁଲକୁ ପଠାଯିବ ବୋଲି ବୋର୍ଡ ସଭାପତି ନନ୍ଦ ସୂଚନା ଦେଇଛନ୍ତି ।

Previous ArticleNext Article

Send this to a friend