ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି-ସୋର ଚିଟ୍ଫଣ୍ଡ୍ ଲିଙ୍କରେ ଗିରଫ ହୋଇଥିବା ଟାଙ୍ଗୀ-ଚୌଦ୍ୱାର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ତାଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି। ୨ମାସ ପରେ ଯାଇ ସେ କୋର୍ଟରେ ହାଜର ହେବେ। ଅସୁସ୍ଥତା ଦର୍ଶାଇ ସେ ଦୀର୍ଘ ଦିନ ଧରି କଟକ ଏସ୍ସିବିରେ ଚିକିତ୍ସାଧୀନ ଥିଲେ।
ସି-ସୋର ଚିଟ୍ଫଣ୍ଡ ମାମଲାରେ ଛନ୍ଦି ହୋଇପଡ଼ିଥିଲେ ପ୍ରଭାତ ବିଶ୍ୱାଳ। ଏନେଇ ଅଭିଯୋଗ ହେବା ପରେ ସିବିଆଇ ପ୍ରଭାତଙ୍କୁ ଜେରା ପାଇଁ ଡାକି ଗିରଫ ଜେରା କରିଥିଲା। ସେହି ଦିନ ହିଁ ତାଙ୍କୁ ଗିରଫ କରିଥିଲା। ଗତ କିଛି ମାସ ଧରି ଶାରୀରିକ ଅସୁସ୍ଥତା ଦେଖାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।