ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀଜୀଉଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ଦିନ। ଭଉଁରି ଅବସରରେ ଆଜି ୩ ରଥରେ ଡେରା ହୋଇଛି ଚକ। ୩ ବାଡରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ମହାରଣା ଓ ଭୋଇ ସେବାୟତମାନେ ନାହାକାରେ ଅଖ ସଂଯୋଗ କରି ଚକ ଡେରା ନୀତି ସମ୍ପନ୍ନ କରିଥିଲେ। ଏଥିସହ ଶେଷ ହୋଇଛି ରଥନିର୍ମାଣର ପ୍ରଥମ ପର୍ଯ୍ୟାୟ କାମ। ସକାଳ ସାଢ଼େ ୧୦ଟା ବେଳେ ପୂଜାପଣ୍ଡା ସାମନ୍ତ ସେବାୟତମାନେ ଶ୍ରୀଜୀଉଙ୍କ ତିନି ବାଡରୁ ଆଜ୍ଞାମାଳ ନେଇ ରଥ ଖଳାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଚକ ଡେରା ନୀତି। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଅଖ ଓ ଚକ ଡେରା ନୀତି କରାଯାଇଥିଲା। ସେପଟେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଶେଷ ଦିନ। ଏହା ପରେ ୨୧ ଦିନ ଧରି ଭିତର ଚନ୍ଦନ ନୀତି ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।