ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଖୋର୍ଦ୍ଧା, (ଓଡିଶା ରିପୋର୍ଟର): ଚୀନ୍ ସମଗ୍ରୀକୁ ବର୍ଜନ କର। ସ୍ୱଦେଶୀ ସାମଗ୍ରୀ ବ୍ୟବହାର କର। ଏଭଳି ନାରା ଦେଇ ଖୋର୍ଦ୍ଧା ସହରରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଜାଗରଣ ମଞ୍ଚ ପକ୍ଷରୁ ସହରରେ ଚୀନ୍ ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ କରିବାକୁ ବ୍ୟବସାୟୀମାନଙ୍କୁ ଅନୁରୋଧ କରାଯାଇଛି। ଏଥିସହିତ ସାଧାରଣ ଲୋକେ ମଧ୍ୟ ଚୀନ୍ ସାମଗ୍ରୀକୁ ବ୍ୟବହାର ନ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି।</p> <p>ଶୋଭାଯାତ୍ରାକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଖୋର୍ଦ୍ଧା ବ୍ୟାଙ୍କ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏହି ଅବସରରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଦେଶରେ ଚୀନ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ବର୍ଜନ କରିବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କିରଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।