ଦେଢ ବର୍ଷର ସଂଘର୍ଷ ପରେ ଜିତିଗଲେ ପିଙ୍କି, ଏବେଠୁ ଆରମ୍ଭ ହେଲା ନୂଆ ଜୀବନ

ବଲାଙ୍ଗିର(ସସ୍ମିତା ସାହୁ): ପ୍ରଥମ ଦେଖାରେ ପ୍ରେମ, ଆଉ ତା ପରେ ଛନ୍ଦିହେଲା ପାଦ । ସମାଜିକ ଶୃଙ୍ଖଳା ଆଉ ଜାତୀବାଦରେ ଡୋରରେ ଦୁହେଁ ଏମିତି ଛନ୍ଦି ହୋଇଗଲେ ଯେ, ଯମ ଯନ୍ତ୍ରଣା ଭୋଗିଲେ। ହେଲେ କଥାରେ ଅଛି ନା, “ପ୍ୟାର କିୟା ତୋ ଡରନା କ୍ୟା”। ବାସ୍‌ ଏହି ନୀତିରେ ଦୁହେଁ ଦୁହିଁଙ୍କୁ ଦେଖିବାକୁ ହିଁ ପ୍ରତୀକ୍ଷା କରି ରହିଲେ। ଦିନେ ନୁହେଁ କି ମାସେ ନୁହେଁ । ଏକଦମ୍‌ ଦେଢ ବର୍ଷର ପ୍ରତୀକ୍ଷା। ଆଉ ଶେଷରେ […]

ilu

ilu

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 05:48 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ପ୍ରଥମ ଦେଖାରେ ପ୍ରେମ, ଆଉ ତା ପରେ ଛନ୍ଦିହେଲା ପାଦ । ସମାଜିକ ଶୃଙ୍ଖଳା ଆଉ ଜାତୀବାଦରେ ଡୋରରେ ଦୁହେଁ ଏମିତି ଛନ୍ଦି ହୋଇଗଲେ ଯେ, ଯମ ଯନ୍ତ୍ରଣା ଭୋଗିଲେ। ହେଲେ କଥାରେ ଅଛି ନା, “ପ୍ୟାର କିୟା ତୋ ଡରନା କ୍ୟା”। ବାସ୍‌ ଏହି ନୀତିରେ ଦୁହେଁ ଦୁହିଁଙ୍କୁ ଦେଖିବାକୁ ହିଁ ପ୍ରତୀକ୍ଷା କରି ରହିଲେ। ଦିନେ ନୁହେଁ କି ମାସେ ନୁହେଁ । ଏକଦମ୍‌ ଦେଢ ବର୍ଷର ପ୍ରତୀକ୍ଷା। ଆଉ ଶେଷରେ ଡାକ ଶୁଣିଲେ ଭଗବାନ।

ବଲାଙ୍ଗିର ଜିଲା ଟିଟଲାଗଡ଼ ସହରର ଏହି ଚର୍ଚ୍ଚିତ ପ୍ରେମ କାହାଣୀଟି ଆଜି ଚର୍ଚ୍ଚାରେ। କଞ୍ଚା ବୟସରେ ପ୍ରେମ କରି ଅପରାଧ କରିଥିବା ପିଙ୍କି ବେହେରା ଆଜି ସାବାଳିକା। ନିଜ ପାଇଁ ନିଜେ ନିଷ୍ପତ୍ତି ନେବାକୁ ସେ ସକ୍ଷମ ହୋଇପାରିଛନ୍ତି। ଆଉ ତାଙ୍କର ଏଇ ପାରିବା ପଣିଆ ପାଇଁ ତାଙ୍କ ଜିଦ୍‌ ଜିତିଯାଇଛି। ବହୁ ପ୍ରତୀକୂଳ ପରିସ୍ଥିତି ସତ୍ୱେ ମନର ମଣିଷ ପାଇଁ ମଥାରେ ନାଇଛନ୍ତି ସିନ୍ଦୁର। ଏକାଠି ହୋଇଛି ଦୁଇଟି ମନ, ଦୁଇଟି ଦେହ। ସାଥୀହୋଇ ଚାଲିବେ ବୋଲି ସମାଜ ଦେଇଛି ସ୍ୱୀକୃତି।

ଆଜି ସେକାଳୁ ସକାଳୁ ବଲାଙ୍ଗୀର ଜିଲ୍ଳା ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏମିତି ମାହୋଲ। ବାଜା ନ ଥିଲା କି ବରଯାତ୍ରୀ ନ ଥିଲେ। କିନ୍ତୁ ଥିଲା ଢେର ସାରା ସୁଖ, ଆତ୍ମସନ୍ତୋଷ। ମୁହଁରେ ହସ ଆଉ ବେକରେ ବରଣମାଳ ପକାଇ ଫଟୋ ପାଇଁ ପୋଜ୍‌ ଦେଇଥିଲେ ପିଙ୍କି ଆଉ ସୁରେନ୍ଦ୍ର। ଲାଗିଥିଲା ସତେଯେମିତି ସେମାନେ କୋଟିନିଧି ପାଇଛନ୍ତି।

ଏହି ପ୍ରେମୀଯୁଗଳଙ୍କ ପ୍ରେମର ଯାତ୍ରାପଥ ସେତେ ସରଳ ନ ଥିଲା, ଯେମିତି ଆପଣ ସରଳ ଭାବେ କଥାଟାକୁ ପଢିଦେଲେ। ଏଇ ଭଲପାଇବା ପାଇଁ ଦୁହେଁ ଯେ କେତେ ଯନ୍ତ୍ରଣା ଭୋଗିଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା। କେତେବେଳ ଘର ଛାଡିଛନ୍ତି  ତ ପୁଣି କେତେବେଳେ ରାଜ୍ୟ ବାହାରେ ଲୁଚିଛନ୍ତି। ଆଉ ସେ ଦିନଗୁଡିକ ଆଜି ସେମାନଙ୍କ ପାଇଁ ସ୍ମୃତୀ ପାଲଟି ଯାଇଛି। ତା ହେଲେ ଆସନ୍ତୁ ଜାଣିବା କେମିତି ଥିଲା ସେଦିନଗୁଡିକ।

୨୦୧୫ ମସିହାରେ, ଟିଟିଲାଗଡ ସହରର ସୁରେନ୍ଦ୍ର ନାଏକ ଏବଂ ପିଙ୍କି ବେହେରାଙ୍କ ମନରେ ଫୁଟେ ପ୍ରେମର କିଶଳୟ। ହେଲେ ଉଭୟେ ଭିନ୍ନ ଜାତିର ହୋଇଥିବାରୁ ବାହା ପାଇଁ ଝିଅ ଘରେ ଅମଙ୍ଗ ହୁଅନ୍ତି। ଦୁହିଁଙ୍କ ଭିତରେ ସମ୍ପର୍କ ଏତେ ନିବିଡ ହୋଇଯାଇଥାଏ ଯେ, ୨୦୧୫ ଜୁଲାଇରେ ଦୁହେଁ ଫେରାର ହୋଇଯାନ୍ତି। ଘର ଛାଡି ଛତିଶଗଡ଼ର ଭିଲାଇରେ ଯାଇ ରୁହନ୍ତି। ଦୀର୍ଘ ୫ ମାସ ପରେ ଝିଅ ଘର ଲୋକେ ଉଭୟଙ୍କୁ ବାହା କରାଇଦେବାକୁ ପ୍ରତିଶ୍ରୁତି ଦେବାରୁ ବହୁ ଆଶ ନେଇ ଦୁହେଁ ଟିଟିଲାଗଡ ଫେରନ୍ତି।  ହେଲେ ପୂର୍ବ ଯୋଜନା ମୁତାବକ ଟିଟିଲାଗଡ ପୋଲିସ ପ୍ରେମିକ ସୁରେନ୍ଦ୍ରଙ୍କୁ ଗିରଫ କରେ। ପଠାଇଦିଏ ଟିଟିଲାଗଡ ଜେଲକୁ। ପିଙ୍କି ନାବାଳିକା ଥିବାରୁ ମାମଲା ରୁଜୁ କରେ ପୋଲିସ । ଏଣେ ନିଜ ବାପା ମା’ଙ୍କ ସହ ଘରକୁ ଯିବାକୁ ମନା କରନ୍ତି ପିଙ୍କି । ପୋଲିସ ବାଧ୍ୟ ହୋଇ ତାଙ୍କୁ ବଲାଙ୍ଗିର ସ୍ୱଧାର ଗୃହରେ ଥଇଥାନ କରେ।

ସମୟ ଗଡିଚାଲିବା ସହ ଦଣ୍ଡ ଅବଧୀ ବି ସରିସରି ଆସୁଥାଏ। ୨୦୧୬ ମସିହାରୁ ସୁରେନ୍ଦ୍ର ବଲାଙ୍ଗିର ଜେଲରେ ବିଚାରାଧରୀ କଏଦୀ ଭାବରେ ଥିବା ବେଲେ, ସ୍ୱଧାର ଗୃହରେ ଅନ୍ତେବାସିନୀ ଭାବ ଦିନ କାଟୁଥାନ୍ତି ପିଙ୍କି । ଦେଢ ବର୍ଷ ଧରି ଉଭୟେ ଉଭୟଙ୍କ ସ୍ମୃତିକୁ ନେଇ ବଞ୍ଚୁଥିବା ବେଳେ ପିଙ୍କି ସାବାଳିକା ହେବାରୁ କୋର୍ଟରେ ନିଜ ପ୍ରେମିକାକୁ ନିର୍ଦ୍ଦୋଶରେ ଖଲାସ କରିବା ପାଇଁ ନେହୁରା ହୁଅନ୍ତି।  କୋର୍ଟଙ୍କ ଅନୁମତିରେ ଜେଲରୁ ଖଲାସ ହୋଇ ସୁରେନ୍ଦ୍ର  ଦେଢ ବର୍ଷ ପରେ ପୁଣିଥରେ ପିଙ୍କିଙ୍କ ପାଖକୁ ଫେରନ୍ତି।

ସ୍ୱଧାର ଗୃହରେ ରହୁଥିବା ପିଙ୍କି  ସାବାଳିକା ହୋଇଯାଇଥିବାରୁ ଆଇନର ସହାୟତା ନେଇ ଉଭୟଙ୍କୁ ଏକ ଭଲ ଭବିଷ୍ୟତ ଦେବାକୁ ପରିକଳ୍ପନା କରାଯାଏ। ସ୍ୱଧାର ଗୃହ ତରଫରୁ ପିଙ୍କିକୁ ଜିଲ୍ଳା ସୁରକ୍ଷା  ଅଧିକାରୀଙ୍କ ପାଖରେ ଜିମା ଦିଆଯିବା ପରେ ପ୍ରୋଟେକ୍ସନ ଅଧିକାରୀ ଉଭୟ ପୁଅ ଏବଂ ଝିଅଙ୍କ ପରିବାରକୁ ଡକାଇବା ପାଇଁ ନିଷ୍ପତ୍ତି ନିଅନ୍ତି। ସୁରନ୍ଦ୍ରଙ୍କ ଘର ଲୋକ ଆସିବାକୁ ସମ୍ମତ୍ତ ହୋଇଥିବା ବେଳେ ଝିଅର ବାପା ମା’ ଝିଅକୁ ସାଙ୍ଗରେ ନେବାକୁ ସର୍ତ୍ତ ରଖିଥିଲେ । ହେଲେ ପିଙ୍କି ସୁରେନ୍ଦ୍ରଙ୍କ ବିବାହ କରିବାକୁ ହିଁ ଜିଦ୍‌ ଧରିଥିଲେ। ଶେଷରେ ଜିଲ୍ଳା ସୁରକ୍ଷା ଅଧିକାରୀଙ୍କ ନିଷ୍ପତ୍ତି ପରେ ଉଭୟ ପ୍ରେମିକା ପ୍ରେମିକ ଏକାଠି ହୁଅନ୍ତୁ ବୋଲି ନିଷ୍ପିତ୍ତି ଶୁଣାଇଥିଲେ। ଫଳରେ ଖୁସିରେ ଉଭୟ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇ ବେକରେ ବରାମାଳା ବଦଳ କରିଥିଲେ। ଆଉ ପିଙ୍କିଙ୍କ ମୁଣ୍ଡରେ ସୁରେନ୍ଦ୍ର ଲଗାଇ ଦେଇଥିଲେ ସିନ୍ଦୁର। ଆଉ ଏହି ଦୃଶ୍ୟର ସାକ୍ଷୀ ହୋଇଥିବା ପ୍ରଶାସନିକ ଅଧିକାରୀ ତାଳି ମାରି ଉଭୟଙ୍କୁ ଜଣାଇଥିଲେ ଅଭିନନ୍ଦନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story