ରାଷ୍ଟ୍ରପତି ଶ୍ରୀମନ୍ଦିର ଆସିଥିବା ବେଳେ ବାସ୍ତବରେ ଘଟିଥିଲା କ’ଣ?
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଭକ୍ତ ଛାଡ଼ନ୍ତୁ, ରାଷ୍ଟ୍ରପତିଙ୍କୁ ବି ଛାଡ଼ିଲେନି। ଶ୍ରୀମନ୍ଦିରରେ ବିଶୃଙ୍ଖଳିତ ସେବାୟତ ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କୁ ଅସମ୍ମାନ କରିଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ। ଏମିତିକି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଘଟଣା ପଦାକୁ ଆସିବା ପରେ ଆରମ୍ଭ ହୋଇଛି ସରଗରମ ଆଲୋଚନା।
ବୈଠକର ବିରରଣୀରୁ ପ୍ରକାଶ, ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବାବେଳେ ସେଠାରେ ଉପସ୍ଥିତ ଖୁଣ୍ଟିଆ ମେକାପ ସେବକ ଆଡେଇ ହୋଇନଥିଲେ। ଫଳରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ। ଯାହାକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏଭଳି ଅଶୋଭନୀୟ ଆଚରଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି-“ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀ ଯଦି ଦୁର୍ବ୍ୟବହାରରେ ଶିକାର ହେଉଛନ୍ତି, ତାହାହେଲେ ସାଧାରଣ ଲୋକଙ୍କ ସ୍ତ୍ରୀ କି ସମ୍ମାନ ପାଇବେ? ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”
ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ରାଷ୍ଟ୍ରପତିଙ୍କ ସହଧର୍ମିଣୀଙ୍କ ଅଭିଯୋଗକ୍ରମେ ଘଟଣାର ତଦନ୍ତ ଚାଲିଛି। ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୋର ବିଶ୍ୱାସ।”
ଖାଲି ସେତିକି ନୁହେଁ ଜଗନ୍ନାଥ ଦର୍ଶନ ଅବସରରେ କୌଳିକ ପଣ୍ଡାଙ୍କ ଖାତାରେ ରାଷ୍ଟ୍ରପତି ଦସ୍ତଖତ କରିବେ ନାହିଁ ବୋଲି ସେତେବେଳେ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିଲା। ପରେ ବିଭିନ୍ନ ଗଣମାଧ୍ୟମରେ ଜଣେ ସେବାୟତ ଯେପରି ମନ୍ତବ୍ୟ ରଖିଥିଲେ ତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରେସିଡେଣ୍ଟ ଅଫିସ୍ ଆଉ ଏ ପୂରା ଘଟଣାରେ ସେବାୟତ ମହଲରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।
ପୂର୍ବରୁ ଅନେକ ଘଟଣାରେ ବହୁ ସମ୍ମାନଜନକ ବ୍ୟକ୍ତି ଓ ଭକ୍ତଙ୍କୁ ସେବାୟତ ଅସମ୍ମାନିତ କରିଥିବାର ନଜିର ରହିଛି। ଯାହା ପଛର ମୁଖ୍ୟ କାରଣ ହେଉଛି ଦାନ ଅର୍ଥ ଓ ସାଙ୍ଗକୁ ପାଉଣା। ଏଭଳି ବର୍ଦ୍ଧିତ ଘଟଣାକୁ ଦେଖି ସୁପ୍ରିମକୋର୍ଟ ଗତ ୮ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ସମସ୍ତ ଦାନ ଶ୍ରୀମନ୍ଦିରର ବୋଲି କହିବା ସହ ଭକ୍ତଙ୍କୁ ସେବାୟତଙ୍କ ଶୋଷଣର ତଦାରଖ ପାଇଁ ପୁରୀ ଜିଲ୍ଲା ଜଜଙ୍କୁ ବି ଦାୟିତ୍ୱ ଦେଇଛନ୍ତି।
Ordigital Desk
• Published: Tuesday, 26 June 2018
• Updated: 26 June 2018, 09:32 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos