ଆଇରନ୍‌ ବଟିକା ଖାଇ ସ୍କୁଲ ପିଲା ଅସୁସ୍ଥ

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ଆଇରନ୍ ବଟିକା ଖାଇ ୪୫ ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ୧୧ ଜଣ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ ଗତକାଲି ବେଲପଡ଼ା ବ୍ଲକ ସୁଣ୍ଢିବାହାଲ ୟୁ.ପି ସ୍କୁଲର ପିଲାମାନଙ୍କୁ ଆଇରନ୍ ବଟିକା ଖାଇବାକୁ ଦିଆଯାଥିଲା। ବଟିକା ଖାଇ ଘରକୁ ଆସିବା ପରେ କେତେ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ବେଲପଡା ମେଡିକାଲରେ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ହେଲେ ଆଜି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ବିଗଡି ଯାଇଥିବାରୁ ବେଲପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Previous ArticleNext Article

Send this to a friend