ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ମେ’ ୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଏଥିରେ ଆଲୋଚନା ହେବ।  ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅବଧି ଲମ୍ବା ହୋଇଥିବାରୁ ବିରୋଧୀଙ୍କ ହାତରେ ମଧ୍ୟ ଲମ୍ବା ସମୟ ରହିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଇବା ପାଣି ସମସ୍ୟା, ନିଯୁକ୍ତି, ଦାଦନ ସମସ୍ୟା, ଶିକ୍ଷକ ଅଭାବ, ମହାନଦୀ ବିବାଦ ଓ ଆଲୋକାୟୁକ୍ତ ନିଯୁକ୍ତି ଭଳି ବିଭିନ୍ନ ସମସ୍ୟା ଉପରେ ଶାସକ ଦଳକୁ ଘେରିବ  ବିରୋଧୀ। ଶାସକ ଦଳ ମଧ୍ୟ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି।  ଚାଷୀ ଓ ମହାନଦୀ ପ୍ରସଙ୍ଗ ଉଠାଇବ ଶାସକ ଦଳ।

Previous ArticleNext Article

Send this to a friend