ଆସନ୍ତାକାଲିଠୁ ‘ପରୀ ପାଇଁ କଥାଟିଏ’ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳିକା ଓ ମହିଳାଙ୍କ ଉପରେ ନିର୍ଯାତନା ରୋକିବାକୁ ତଥା ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହେଉଛି “ପରୀ ପାଇଁ କଥାଟିଏ ” ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ।

ଓଡ଼ିଶା ପୋଲିସ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ୧୫ଟି ଗାଡ଼ି ୧୫ ଦିନ ଧରି ୩୦ଟି ଜିଲ୍ଲା ବୁଲିବ।  କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ପରୀ ପାଇଁ କଥାଟିଏ’ର ଲୋଗୋ ଉନ୍ମୋଚନ ହୋଇଛି।  ଏହାସହ ଥିମ୍ ସଙ୍ଗ୍ ମଧ୍ୟ ଲୋକାର୍ପିତ ହୋଇଛି।

Previous ArticleNext Article

Send this to a friend