ଦେବଗଡ଼ (ଓଡ଼ିଶା ରିପୋର୍ଟର): ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ ଦୁଇ ଭାଇ। ଏହି ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବୋହିଲା। ଡଙ୍ଗାଟି ବୁଡ଼ିଗଲା। ଦୁଇ ଭାଇ ପହଁରି କୂଳକୁ ଆସୁଥିବା ବେଳେ ପାଣିରେ ବୁଡ଼ି ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇଙ୍କ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟରେ ଘଟିଛି।
ବାଲିରଇ ଗାଁର ଝସକେତନ ପେଣ୍ଠେଇ ଓ ତାଙ୍କ ଭାଇ ଛବିଳ ପେଣ୍ଠେଇ ଡଙ୍ଗା ନେଇ ଆଜି ମାଛ ଧରିବାକୁ ରେଙ୍ଗାଳି ଡ୍ୟାମକୁ ଯାଇଥିଲେ। ଡ୍ୟାମ ମଝିରେ ତାଳେ ପାଣି। ଥଳକୁଳ ପାଉନି। ହଠାତ ପ୍ରବଳ ବେଗରେ ପବନ ବୋହିଥିଲା। ଡଙ୍ଗାଟି ହଠାତ ପାଣିରେ ବୁଡ଼ି ଯାଇଥିଲା। ଜୀବନ ବିକଳରେ ଦୁଇ ଭାଇ ଅତାଳ ପାଣିରେ ପହଁରି କୂଳକୁ ଚେଷ୍ଟା କରୁଥିଲେ। ମାତ୍ର ବଡ଼ଭାଇ ଝସକେତନ କୂଳରେ ପହଞ୍ଚିବା ପୂର୍ବରୁ ପାଣିରେ ବୁଡ଼ି ଗଲେ। ସାନ ଭାଇ କୂଳକୁ ଆସିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।