ହାତଗୋଡ଼ ବାନ୍ଧି ନେଇ ଯାଉଥିଲେ, ଖସି ଆସିଲେ

ବଲାଙ୍ଗିର (ସସ୍ମିତା ସାହୁ): କ’ଣ ଗୋଟେ ସୁଙ୍ଘାଇ ଦେଲେ। ଏହା ପରେ ଅଚେତ ହୋଇଗଲେ ଦୁଇଜଣ ଛାତ୍ର। ଚେତା ଆସିବା ବେଳକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅଜଣା ସ୍ଥାନରେ ଏକ ବୁଦା ମୂଳରେ ପଡ଼ିଥିଲେ। କୌଣସି ମତେ ଜଣେ ରସିରୁ ମୁକୁଳିବା ପରେ ଅନ୍ୟକୁ ଉଦ୍ଧାର କରିଥିଲା। ଏହାପରେ ଆଉ ପଛକୁ ନ ଚାହିଁ ଦୌଡ଼ି ଥିଲେ। ଭୟ ଓ ଆତଙ୍କିତ ଅବସ୍ଥାରେ ଟ୍ରେନ୍‌ ଲାଇନ୍‌ ପାର ହେବା ପରେ ଏକ ବଜାରରେ ପହଞ୍ଚି ଥିଲେ। ଏପରି […]

bolangiri

bolangiri

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 04:52 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): କ’ଣ ଗୋଟେ ସୁଙ୍ଘାଇ ଦେଲେ। ଏହା ପରେ ଅଚେତ ହୋଇଗଲେ ଦୁଇଜଣ ଛାତ୍ର। ଚେତା ଆସିବା ବେଳକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅଜଣା ସ୍ଥାନରେ ଏକ ବୁଦା ମୂଳରେ ପଡ଼ିଥିଲେ। କୌଣସି ମତେ ଜଣେ ରସିରୁ ମୁକୁଳିବା ପରେ ଅନ୍ୟକୁ ଉଦ୍ଧାର କରିଥିଲା। ଏହାପରେ ଆଉ ପଛକୁ ନ ଚାହିଁ ଦୌଡ଼ି ଥିଲେ। ଭୟ ଓ ଆତଙ୍କିତ ଅବସ୍ଥାରେ ଟ୍ରେନ୍‌ ଲାଇନ୍‌ ପାର ହେବା ପରେ ଏକ ବଜାରରେ ପହଞ୍ଚି ଥିଲେ। ଏପରି ଅବସ୍ଥାରେ ଦୁଇ ନାବାଳକଙ୍କୁ ଦେଖି ପୋଲିସ ଅଟକାଇ ଥିଲା। ତା’ ପରେ ଜଣାପଡ଼ିଥିଲା ସେମାନଙ୍କୁ କେହି ଚୋରି କରି ନେଇ ଯାଉଥିଲା। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ସହରରେ। ଏ ଘଟଣା ସାରା ସହରରେ ଆତଙ୍କ ଖେଳାଇ ଦେଇଛି।

ପୋଲିସ୍‌ କହିବା ଅନୁସାରେ ଜଣେ ପିଲା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ର। ଉଭୟ ସୋନପୁର ଅଞ୍ଚଳର। ଉଭୟଙ୍କୁ କେହି ଅପହରଣ କରି ନେଉଥିବା ବେଳେ କୌଶଳ କ୍ରମେ ସେମାନେ ଖସି ଆସିଛନ୍ତି। ଅପହର୍ତ୍ତାଙ୍କ ପରିଚୟ ମିଳିନାହିଁ। ସେକାନଙ୍କୁ ଧରିବାକୁ ପୋଲିସ୍‌ ତନାଘନା ଆରମ୍ଭ କରି ଦେଇଛି।

ପିଲା ଦୁଇଟି କ’ଣ କହୁଛନ୍ତି ପଢ଼ନ୍ତୁ

ଆମେ ସୋନପୁରର ଗାନ୍ଧି ଷ୍ଟାଡିୟମକୁ ଏକ୍ସରସାଇଜ୍‌ କରିବାକୁ ଯାଇଥିଲୁ। ଏହି ସମୟରେ ଷ୍ଟାଡିୟମ ପାଚେରି ନିକଟରେ ପଛ ପଟୁ କେହି ଟେକା ଫିଙ୍ଗି ଥିଲା। ପଛକୁ ଚାହିଁବା ବେଳକୁ ଆମକୁ କ’ଣ ଗୋଟେ ଶୁଙ୍ଘାଇ ଦେଇ ପାଟି ବନ୍ଦ କରିଦେଲେ। ଏହାପରେ ଆମ ମୁହଁକୁ ବସ୍ତାରେ ବାନ୍ଧି ଦେଲେ। ଆମେ ଅଚେତ ହୋଇଗଲୁ। ଯେତେବେଳେ ହୋସ୍‌ ଆସିଲା ବୁଦା ମୂଳେ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡିଥିଲୁ। ପାଖରେ ଏକ ବୋଲେରୋ ଗାଡ଼ି ଠିଆ ହୋଇଥିଲା। ଜଣେ ଲୋକ ଏକ ଚୌକି ପକାଇ ବସିଥିଲା। ସେ ଢୋଳାଉଥିଲା। ଆମେ କୌଣସି ମତେ ହାତଗୋଡ଼ ଖୋଲିବାକୁ ସକ୍ଷମ ହୋଇଥିଲୁ। ଏହାପରେ ସେଠାରୁ ଖସି ଦୌଡି ଏଠାକୁ ପଳାଇ ଆସିଛୁ।

ଭୟ ଓ ଆତଙ୍କିତ ଅବସ୍ଥାରେ ପାଇଥିଲା ପୋଲିସ

ସକାଳ ପ୍ରାୟ ୯ଟା ହେବ। ପିଲା ଦୁଇଜଣ ଭୟ ଓ ଆତଙ୍କିତ ଅବସ୍ଥାରେ ବଲାଙ୍ଗିର ସହର ମଧ୍ୟରେ ଦୌଡ଼ୁଥିବା ବେଳେ ପୋଲିସ ନଜର ପଡ଼ିଥିଲେ। ଟିକ୍ରାପଡାର ବିକ୍ରମ ଛକ ନିକଟରୁ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୋଲିସ। ପଚରାଉଚରା ପରେ ସେମାନେ ନିଜ ଓ ପରିବାର ବିଷୟରେ କହିବା ସହ କେମିତି ଅପହରଣ ହୋଇଥିଲେ ସେ କଥା କହିଥିଲେ। ପରେ ସେମାନେ ବନ୍ଧା ହୋଇ ପଡ଼ିଥିବା ସ୍ଥାନ ପୋଲିସକୁ ଦେଖାଇଥିଲେ। ବଲାଙ୍ଗିର ଉପକଣ୍ଠ ରେଳ ଫାଟକ ନିକଟ ବୁଦା ମୂଳେ ପିଲା ଦ୍ୱୟଙ୍କୁ ହାତଗୋଡ଼ ବାନ୍ଧି ରଖାଯାଇଥିଲା। ଟ୍ରେନ୍‌ ଯୋଗେ ପିଲା ଦ୍ୱୟଙ୍କୁ ଅପହରଣକାରୀ କେଉଁ ଆଡେ ନେବାକୁ ଯୋଜନା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।

ବଲାଙ୍ଗିରରେ ଆତଙ୍କ

ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ସହରରେ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏବେ ପିଲା ଚୋରିକୁ ନେଇ ଭୟର ବାତାବରଣ ରହିଛି। ଲୋକେ ଯେଉଁଠି ଅଚିହ୍ନ ବ୍ୟକ୍ତିଙ୍କୁ ଦେଖୁଛନ୍ତି ପିଲା ଚୋର ସନ୍ଦେହରେ ପିଟିବା ଆରମ୍ଭ କରିଦେଉଛନ୍ତି। ପ୍ରତିଦିନ ରାଜ୍ୟର କେଉଁଠି ନାଁ କେଉଁଠି ଏପରି ଘଟଣା ଘଟୁଛି। ଏପରି ସ୍ଥିତିରେ ସୋନପୁରରୁ ବଲାଙ୍ଗିରକୁ ଦୁଇ ଜଣ ନାବାଳକଙ୍କୁ ଅଚେତ କରି ହାତଗୋଡ଼ ବାନ୍ଧି ଆଣିବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। କେମିତି ଏତେ ବାଟ ପିଲା ଦୁଇ ଜଣଙ୍କୁ ଅଣାଗଲା ତାହାର ତଦନ୍ତ କରି ଶୀଘ୍ର ଅପହରଣକାରୀଙ୍କୁ ଧରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story