କୁଆଡ଼େ ଗଲେ ଅଟୋ ଚାଳକ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁଆଡେ ଗଲା ଅଟୋ ଚାଳକ? ଯାହାର ସହାୟତା ନେଇଥିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏବେ ତାଙ୍କୁ ଖୋଜୁଛି କ୍ରାଇବ୍ରାଞ୍ଚ।

ଗତକାଲି ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କୁ କ୍ରାଇବ୍ରାଞ୍ଚର ଏକ ଟିମ୍‌ ରାୟପୁର ନେଇ ଯାଇଥିଲା। ସେଠାରେ ସେ କେଉଁଠି ଓହ୍ଲାଇଥିଲା ଏବଂ କେଉଁଠାରୁ କୋରିୟର ପଠାଇଥିଲା, ତାହା କହିଥିଲା। ଏପରିକି ଅଟୋ ଚାଳକ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲା। ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚ ରାୟପୁର ସାରା ବୁଲିଥିଲା। ମାତ୍ର ଅଟୋ ଚାଳକକୁ ପାଇନଥିଲେ। ଏଥିପାଇଁ କ୍ରାଇମବ୍ରାଞ୍ଚ ରାୟପୁର ପୋଲିସ ଓ ଅଟୋ ଆସିସିଏସନ୍‌ର ସହାୟତା ନେଇଛି। ତେବେ ଖୁବ୍‌ଶୀଘ୍ର ଅଟୋ ଚାଳକ ଗିରଫ ହେବ ବୋଲି କ୍ରାଇମବ୍ରାଞ୍ଚି ଆଇଜି କହିଛନ୍ତି।

Previous ArticleNext Article

Send this to a friend