ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକିର ‘ପୁଲ-ଏ’ର ତୃତୀୟ ମ୍ୟାଚ୍ରେ ଅଲିମ୍ପିକ୍ ଚାମ୍ପିଅନ୍ ଇଂଲଣ୍ଡକୁ ଆଜି ୨-୧ରେ ହରାଇ ଭାରତର ସେମିଫାଇନାଲ୍ ଯିବାର ଆଶାକୁ ଉଜ୍ଜ୍ୱଳ କରିଛି।
ଭାରତୀୟ ଦଳର ଗୁରଜିତ କୌର ଓ ନବନୀତ କୌର ଯଥାକ୍ରମେ ୪୨ ମିନିଟ୍ ଏବଂ ୪୮ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଦଳର କ୍ୟାପ୍ଟେନ୍ ଆଲେକ୍ସଏଣ୍ଡ୍ରା ଡେନ୍ସନ୍ ୩୫ ସେକେଣ୍ଡରେ ଗୋଲ କରିବାରେ ସକ୍ଷମ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।