ଋଷକୁ ବିଦା କଲା କ୍ରୋଏସିଆ

ସୋଚି : ଫିଫା ଫୁଟବଲ ବିଶ୍ୱକପ୍‌ରେ ଋଷକୁ ଶକ୍ତ ଝଟକା। ଆୟୋଜକ ଋଷକୁ ୪-୩  ଗୋଲରେ ହରାଇ କ୍ରୋଏସିଆ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଜୋରଦାର ଲଢେଇରେ  ନିର୍ଧାରିତ ସମୟ (୯୦+୫ ମିନିଟ୍‌) ୧-୧ରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଏହାପରେ ଅତିରିକ୍ତ ୩୦ ମିନିଟ୍‌ର ଖେଳ ବି ୨-୨ ଗୋଲ୍‌ରେ ସମାନ ରହିଥିଲା। ଉଭୟ ଦଳ ମଧ୍ୟ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍‌ ଆସିଥିଲେ। ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ ନିଷ୍ପତ୍ତି ହୋଇଥିଲା। ତେବେ କ୍ୱାର୍ଟର ଫାଇନାଲ୍‌ ସୁଟ୍‌ଆଉଟ୍‌ରେ କ୍ରୋଏସିଆ ୪-୩ (୨-୨)ରେ ବାଜି ମାରି ନେଇଥିଲା।

 

 

Previous ArticleNext Article

Leave a Reply

Send this to a friend