ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଏସିଆ କପ୍ରେ ଭାରତର ଅଧିନାୟକଙ୍କ ବ୍ୟାଟରୁ ବାହାରିଥିବା ଷ୍ଟ୍ରୋକ୍ସର ଶବ୍ଦ ତାଙ୍କ ଦୃଢ଼ ମାନସିକତାକୁ ଦର୍ଶାଉଛି। ଏହା ଟି-୨୦ ବିଶ୍ୱକପ୍ରେ ଦଳକୁ ବିଜୟୀ କରିବାକୁ ପ୍ରୋତ୍ସାହିତ କରିବ। ରବିବାର ଏହା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ସେ କହିଛନ୍ତି, “ଧୋନି ଜଣେ ଭଲ ଫିନିସର ବୋଲି ଆଉଥରେ ଏସିଆ କପ୍ରେ ପ୍ରମାଣିତ କରି ଦେଖାଇଛନ୍ତି। ବିଶ୍ୱକପ୍ରେ ଭାରତ ପାଇଁ ଏହା ବହୁତ ଲାଭଦାୟକ ହେବ। ବିଶ୍ୱରେ ତାଙ୍କ ପରି କୌଣସି ଏପରି ଖେଳାଳି ନାହାନ୍ତି। ଯେତେବେଳେ ତାଙ୍କ ବ୍ୟାଟରୁ ଏକ ଭିନ୍ନ ଶବ୍ଦ ଶୁଭେ ବିପକ୍ଷ ଦଳର ବୋଲରମାନେ ଛକା କିମ୍ବା ଚୌକା ଲାଗିଲା ବୋଲି ଭାବି ଥାଆନ୍ତି। ତାଙ୍କ ବ୍ୟାଟ୍ରୁ ଏପରି ଷ୍ଟ୍ରୋକ୍ସ ବିଶ୍ୱକପ୍ରେ ମଧ୍ୟ ଦେଖିବାକୁ ମିଳିବ ବୋଲି ମୁଁ ଆଶା କରୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।