ଆଜିଠୁ କଳାବ୍ୟାଜ୍ ପିନ୍ଧିବେ ଚାଷୀ, ଘରେ ଉଡ଼ିବ କଳାପତାକା

farmer1

farmerଭୁବନେଶ୍ୱର: ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନର ସମାବେଶ ଭଣ୍ଡୁର କରାଯିବା ପ୍ରତିବାଦରେ ଆଜିଠାରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ଚାଷୀ। ସେହିପରି ପ୍ରତି ଚାଷୀ ପରିବାରରେ କଳା ପତାକା ଉଡ଼ିବ। ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ପ୍ରାଇସ୍, ପେନ୍‌ସନ୍‌ ଓ ପ୍ରେଷ୍ଟିଜ୍ ଦାବିରେ ଆନ୍ଦୋଳନ ଚଳାଇଥିବା ନବନିର୍ମାଣ କୃଷକ ସଂଗଠନ ଗତକାଲି ରାଜଧାନୀରେ ସମାବେଶ କରିବାର ଥିଲା। ତେବେ ପୋଲିସ୍ ଏଥିପାଇଁ ଅନୁମତି ନ ଦେବା ସହ ଶହ ଶହ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ଏହା ଅଗଣତାନ୍ତ୍ରିକ ଓ ସରକାର ଚାଷୀଙ୍କ ଅଧିକାର କ୍ଷୁର୍ଣ୍ଣ କରିଥିବା ସଂଗଠନ ଅଭିଯୋଗ କରିଛି।

Previous ArticleNext Article

Send this to a friend