ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୋଟାପଣ ଏକ ସାଧାରଣ ସମସ୍ୟା। ଲୋକେ ଏହି ସମସ୍ୟାରୁ ମୁକ୍ତି ପାଇଁ ଅନେକ ଉପାୟ ଆପଣାଇଥାନ୍ତି। ଯଦି ଆପଣ ମଧ୍ୟ ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ପାଇପାରିବେ। ଧନିଆ ଓ ଲେମ୍ୱୁକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଜିନିଷକୁ ବ୍ୟବହାର କରି ମୋଟାପଣକୁ କିପରି ଦୂର କରିପାରିବେ।
ଏକ ପାତ୍ରରେ ଲେମ୍ୱୁ ରସ ବାହାର କରିଦିଅନ୍ତୁ। ସେଥିରେ କଟା ଧନିଆ ଓ ଅଧାକପ୍ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଜୁସ୍ ତିଆରି କରନ୍ତୁ। ଓଜନ କମାଇବାରେ ଏହା ଏକ ମହତ୍ୱପୂର୍ଣ୍ଣ ଡ୍ରିଙ୍କ୍ସ। ଏହି ଡ୍ରିଙ୍କ୍ କୁ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ହେବା ସହ ଫ୍ୟାଟ୍ କମିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।