ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଆଜି ଗଣେଶ ପୂଜା। ବିଘ୍ନ ବିନାଶକଙ୍କ ଆରାଧନା ଲାଗି ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ। ସବୁଠି ଭିନ୍ନଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ଗଜାନନ। ତା’ ସାଙ୍ଗକୁ ଆଖି ଝଲସା ତୋରଣ ଓ ରଙ୍ଗୀନ ସାଜସଜ୍ଜା ମଧ୍ୟ ହୋଇଛି। ବିଶେଷ କରି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗଣପତିଙ୍କୁ ଆରାଧନା କରୁଛନ୍ତି।
ଖୋର୍ଦ୍ଧା ଜଟଣୀରେ ପ୍ରାୟ ୨୫୦ରୁ ଅଧିକ ମଣ୍ଡପରେ ୧୨ ଦିନ ଧରି ଗଣେଶ ପୂଜା ଚାଲିବ। ସେହିପରି ତାଳଚେରରେ ୧୨ ଦିନ ଧରି ହେବ ଗଣେଶ ପୂଜ। ଭୁବନେଶ୍ୱରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ୨୧ ମୁଣ୍ଡ ଓ ୪୨ ହାତ ବିଶିଷ୍ଟ ୧୮ ଫୁଟ ଉଚ୍ଚ ଗଣେଶ ।
[vc_video link="https://www.youtube.com/watch?v=tbzemT2KCfY" align="center"]
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।