୧୦ ଏପ୍ରିଲ, ବୁଧବାର: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: ମନ ପ୍ରସନ୍ନ ରହିବ। ନୂଆ ପୋଷାକ କିଣିପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ […]

rasifala-4-1-1-2-2

rasifala-4-1-1-2-2

Tapaswini Nayak
  • Published: Wednesday, 10 April 2019
  • Updated: 10 April 2019, 07:29 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ।

ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ନ ପ୍ରସନ୍ନ ରହିବ। ନୂଆ ପୋଷାକ କିଣିପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କଥା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଚିନ୍ତାମଗ୍ନ ରହିବେ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ମାନ-ସମ୍ମାନ ବଢ଼ିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ।

ବିଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ଧନୁ: ଶୁଭସମାଚାର ମିଳିପାରେ। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ।

ମକର: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମୀନ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos