୧୫ ଫେବ୍ରୁଆରୀ, ସୋମବାର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ସମାଜ ସେବାରେ ମନ ବଳାଇବେ। ପ୍ରତିକାର– ମା’ ପାର୍ବତୀଙ୍କୁ ପୁଷ୍ପ ଅର୍ପଣ କରନ୍ତୁ।

ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଆବଶ୍ୟକ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର– ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଭଲ ରହି ନପାରେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନବଳାଇବେ। ପ୍ରତିକାର– ଛୋଟ ପିଲାଙ୍କୁ ଚକୋଲେଟ୍‌ ଦିଅନ୍ତୁ।

କର୍କଟ: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ବଢ଼ାଇବ। ରାଜନୀତି କରୁଥିବା ଲୋକେ ମାନସମ୍ମାନ ପାଇବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ପ୍ରତିକାର– ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ।

ସିଂହ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ। ମିଡିଆ ସେକ୍ଟରରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ପ୍ରତିକାର– ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଯେକୌଣସି କାର୍ଯ୍ୟ କରିବେ ସଫଳତା ପାଇବେ। ପ୍ରତିକାର– ଶ୍ରୀଗଣେଶ ମହାପ୍ରଭୁଙ୍କୁ ସାତଟି ଧଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ।

ତୁଳା: ବହୁ ଦିନର ବନ୍ଧୁଙ୍କ ସହ ଭେଟ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇବେ। ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା ମିଳିବ। ପ୍ରତିକାର– ମିଶିରି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ବିଛା: ପରିବାରରେ ସମସ୍ତେ ଖୁସିରେ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି ହେବ। ସୁସମ୍ବାଦ ପାଇବେ। ପ୍ରତିକାର– ଲାଲ ପୁଷ୍ପ ପାଖରେ ରଖନ୍ତୁ।

ଧନୁ: ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ। ଗାଡ଼ିମୋଟରରେ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନ ଭଲ ରହିବ। ପ୍ରତିକାର– ଅଶ୍ୱତ୍‌ଥ ଗଛମୂଳେ ଘିଅଦ୍ୱୀପ ଜାଳନ୍ତୁ।

ମକର: ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ, ପ୍ରଣୟ ଦିଗରୁ ଦିନଟି ଭଲ ରହିବ। ସାମାଜରେ ମାନସମ୍ମାନ ବଢ଼ିବ। ପ୍ରତିକାର– ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ହେବେ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ। ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର– କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଲାଭ ପାଇବେ। ପ୍ରତିକାର– ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।