୮ ଫେବ୍ରୁଆରୀ, ସୋମବାର: କର୍ମକ୍ଷେତ୍ରରେ ବିରୋଧୀ ହଇରାଣ କରିପାରନ୍ତି

ମେଷ: ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହିତ ମତଭେଦ ଦେଖା ଦେଇପାରେ। ପ୍ରତ୍ୟେକଟି କାର୍ଯ୍ୟରେ ଅଯଥା ବିଳମ୍ବ ହେବ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ। ପ୍ରତିକାର– ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ। ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ବିରୋଧୀ ହଇରାଣ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କୌଣସି ଗରିବ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ। ମିଥୁନ: ଦୃଢ଼ ମନୋବଳ […]

Daily Horoscope

Daily Horoscope

Jitendra Garnayak
  • Published: Monday, 08 February 2021
  • Updated: 08 February 2021, 09:12 AM IST

Sports

Latest News

ମେଷ: ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହିତ ମତଭେଦ ଦେଖା ଦେଇପାରେ। ପ୍ରତ୍ୟେକଟି କାର୍ଯ୍ୟରେ ଅଯଥା ବିଳମ୍ବ ହେବ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ବିରୋଧୀ ହଇରାଣ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର- କୌଣସି ଗରିବ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମିଥୁନ: ଦୃଢ଼ ମନୋବଳ ଓ ଅଦ୍ୟମ ସାହସ ହେତୁ ବିପଦରୁ ରକ୍ଷା ପାଇବେ। ସନ୍ତାନମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। କୌଣସି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

କର୍କଟ: ହଠାତ୍ କୌଣସି ସୂତ୍ରରୁ ଧନଲାଭ ହେବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ସୁଖଶାନ୍ତି ପ୍ରାପ୍ତି ହେବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ।

ସିଂହ: ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ। ନଚେତ୍ ଅପମାନିତ ହୋଇପାରନ୍ତି। ଆର୍ଥିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତିତ ରହିବେ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ ଦୁର୍ଘଟଣା ଘଟିପାରେ।

କନ୍ୟା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ପ୍ରେରଣା ପାଇ ଉପକୃତ ହେବେ।

ତୁଳା: ସଭାସମିତି ଓ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇ ପାରନ୍ତି। ବନ୍ଧୁ ମିଳନର ସୁଯୋଗ ରହିଛି। ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ ହେବ।

ବିଛା: ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ମତପାର୍ଥକ୍ୟ ଦେଖାଦେବ। ଖାଦ୍ୟରେ ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଆଜି ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ଅର୍ଥ ଓ ମାନସମ୍ମାନ ମିଳିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ଲାଭ କରିବେ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ।

ମକର: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦବିବାଦ ଦୂର ହୋଇଯିବ। ମହିଳାମାନେ ଗୃହ କାର୍ଯ୍ୟରେ ଲିପ୍ତ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଦିନଟି ହସଖୁସିରେ କଟିବ। ଅନେକ ଦିନରୁ କରିବାକୁ ଚାହୁଁଥିବା କାମଟିକୁ ଶେଷ କରିବାରେ ସମର୍ଥ ହେବେ। ବକେୟା ଅର୍ଥ ହସ୍ତଗତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos