ଶରୀରରେ ଅଛି କଳାଜାଇ, ଜାଣନ୍ତୁ ସୌଭାଗ୍ୟ ନା ଦୁର୍ଭାଗ୍ୟ ଆଣିବ ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କ ଶରୀରରେ କଳାଜାଇ ଦେଖିବାକୁ ମିଳେ। କାହା ଦେହରେ ଗୋଟିଏ କଳାଜାଇ ଥାଏ ତ କାହା ଦେହରେ ଏକରୁ ଅଧିକ କଳାଜାଇ ଥାଏ। ଶାସ୍ତ୍ରବିତ୍‌ମାନଙ୍କ ଅନୁଯାୟୀ ଏଗୁଡ଼ିକ ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାନ୍ତି । କଳାଜାଇକୁ କେହି କେହି ‘ତିଳ’ ବୋଲି ମଧ୍ୟ କୁହନ୍ତି। କଳାଜାଇକୁ ଆମ  ଭବିଷ୍ୟତରେ ହେବାକୁଥିବା କିଛି ଘଟଣାର ସଙ୍କେତ ବୋଲି ମଧ୍ୟ କୁହାଯାଇଥାଏ। ତେବେ ଏହି ସକେତ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। […]

mole

mole

Chinmayee Roy
  • Published: Tuesday, 26 March 2019
  • Updated: 15 April 2019, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କ ଶରୀରରେ କଳାଜାଇ ଦେଖିବାକୁ ମିଳେ। କାହା ଦେହରେ ଗୋଟିଏ କଳାଜାଇ ଥାଏ ତ କାହା ଦେହରେ ଏକରୁ ଅଧିକ କଳାଜାଇ ଥାଏ। ଶାସ୍ତ୍ରବିତ୍‌ମାନଙ୍କ ଅନୁଯାୟୀ ଏଗୁଡ଼ିକ ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାନ୍ତି । କଳାଜାଇକୁ କେହି କେହି ‘ତିଳ’ ବୋଲି ମଧ୍ୟ କୁହନ୍ତି। କଳାଜାଇକୁ ଆମ  ଭବିଷ୍ୟତରେ ହେବାକୁଥିବା କିଛି ଘଟଣାର ସଙ୍କେତ ବୋଲି ମଧ୍ୟ କୁହାଯାଇଥାଏ। ତେବେ ଏହି ସକେତ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ।

୧) ଡାହାଣ ପାପୁଲିରେ କଳାଜାଇ: ଯେଉଁମାନଙ୍କ ଡାହାଣ ହାତ ପାପୁଲିରେ କଳାଜାଇ ଥାଏ ସେମାନେ  ଜୀବନରେ ବହୁ ସଫଳତା ପାଇଥାନ୍ତି। ଯେଉଁମାନଙ୍କ ହାତର ଉପର ଭାଗରେ କଳାଜାଇ ଥାଏ, ସେମାନେ ଖୁବଶୀଘ୍ର ଧନ ଓ ସଫଳତା ପାଇଥାନ୍ତି। ଯଦି କଳାଜାଇ ହାତର ତଳ ଭାଗରେ ଥାଏ, ତେବେ ସଫଳତା ଓ ଧନପ୍ରାପ୍ତି ପାଇଁ ଆପଣଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିବ।

୨) ବାମ ପାପୁଲିରେ କଳାଜାଇ : ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ। ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇ ନଥାଏ। ହେଲେ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ସମସ୍ୟା ହୋଇଥାଏ।

୩) ଓଠ ଉପରେ କଳାଜାଇ: ଯେଉଁମାନଙ୍କ ଓଠର ଠିକ୍ ଉପର ଭାଗରେ କଳାଜାଇ ଥାଏ, ସେମାନଙ୍କୁ ଶୀଘ୍ର ଧନପ୍ରାପ୍ତି ହୋଇଥାଏ। ସେମାନେ ଜିଦ୍‌ଖୋର ସ୍ୱଭାବର ହୋଇଥାନ୍ତି। ସେମାନେ ସବୁବେଳେ ସଫଳତା ପଛରେ ଦୌଡୁଥାନ୍ତି।

୪) ଓଠ ତଳେ କଳାଜାଇ: ଯେଉଁମାନଙ୍କ ଓଠର ତଳଭାଗରେ କଳାଜାଇ ଅଛି ସେମାନେ ଦୁଃଖୀ ହୋଇଥାନ୍ତି। ସେମାନେ ସବୁବେଳେ ଅର୍ଥ ସମସ୍ୟା ନେଇ ଚିନ୍ତିତ ରହିଥାନ୍ତି।  କିନ୍ତୁ ବହୁତ ଧେର୍ଯ୍ୟବାନ୍‌ ହୋଇଥାନ୍ତି। ଏମାନେ ବହୁ ସ୍ୱାଭିମାନୀ ହୋଇଥାନ୍ତି। ପ୍ରେମରେ ମଧ୍ୟ ଏମାନେ ସବୁବେଳେ ପକ୍କା ରୁହନ୍ତି।

୫) ବାମ ଗୋଡରେ କଳାଜାଇ :ଯେଉଁମାନଙ୍କର ବାମ ଗୋଡ଼ର ଯେକୌଣସି ଜାଗାରେ କଳାଜାଇ ଥାଏ ସେମାନଙ୍କ ଟଙ୍କା ଆକସ୍ମିକ ଭାବେ ଖର୍ଚ୍ଚ ହୋଇଥାଏ। ଯେତେ କଷ୍ଟରେ ଟଙ୍କା ସଞ୍ଚୟ କରନ୍ତି ସେଥିରେ କିଛି ବି ଫରକ୍ ପଡ଼ିନଥାଏ। ଶେଷରେ ଉପାର୍ଜିତ ଅର୍ଥ ଖର୍ଚ୍ଚ ହିଁ ହୋଇଯାଇଥାଏ।

୬) ବିଶି ଆଙ୍ଗୁଠିରେ କଳାଜାଇ: ଯେଉଁମାନଙ୍କର ବିଶି ଆଙ୍ଗୁଠିର ଭିତର ଭାଗରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ। ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ।

୭) ନାକରେ କଳାଜାଇ: ଆପଣ ମଧ୍ୟ ଏକ ସୁଖୀ ଜୀବନର ଆନନ୍ଦ ଉଠାଇପାରିବେ ଏବଂ ଆପଣଙ୍କ ସମସ୍ତ ସ୍ୱପ୍ନ ପୂରଣ କରିପାରିବେ। ମାତ୍ରା ଏହା ବିବାହ ପରେ ହିଁ ସମ୍ଭବ ହେବ। ଆପଣଙ୍କୁ କିଛି ବି ଜିନିଷ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ।

୭) ନାଭିରେ କଳାଜାଇ: ଯାହାର ନାଭିର ତଳ ଭାଗରେ କଳାଜାଇ ଅଛି ସେ ଧନୀ ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ଭଲ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଖାଦ୍ୟ ଉପରେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି।

ଭ୍ରୁଲତାରେ କଳାଜାଇ:ଯଦି ଆପଣଙ୍କ ଭ୍ରୁଲତାରେ ବି କଳାଜାଇ ଅଛି ତେବେ ଆପଣଙ୍କ ଭବିଷ୍ୟତରେ କିଛି ଆକସ୍ମିକ ପରିବର୍ତ୍ତନର ଯୋଗ ରହିଛି। ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ। 

୯) ଗୋଇଠିରେ କଳାଜାଇ: ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ।

୧୦) ପିଠିରେ କଳାଜାଇ:  ଯେଉଁମାନଙ୍କ ପିଠିରେ କଳାଯାଇ ଥାଏ ସେମାନେ ଭୌତିକବାଦି ଓ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଏମିତି ବ୍ୟକ୍ତିମାନେ ଟଙ୍କା ସଞ୍ଚୟ କରିବା ବଦଳରେ ଅର୍ଥକୁ ମନଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି। ଏମାନଙ୍କ ଜୀବନ ବିଳାସପୂର୍ଣ୍ଣ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos