ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ବୃଷ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ମିଥୁନ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ। ଶୁଭ ସମାଚାର ମିଳିପାରେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ: ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରକୁ ଅତିଥି ଆସିପାରନ୍ତି। ତେବେ ମନରୁ ନକାରାତ୍ମକ ଚିନ୍ତାକୁ ଦୂରେଇ ଦିଅନ୍ତୁ। ନହେଲେ ଏହା ଆପଣଙ୍କର ହିଁ ହାନି କରିପାରେ।
ସିଂହ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅସୁସ୍ଥ ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ। କାହାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ।
କନ୍ୟା: ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।
ତୁଳା: ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆଶାମୁତାବକ ଲାଭ ହେବ। ଘର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ।
ବିଛା: ଅଫିସ୍ରେ କୌଣସି ନୂଆ କାମର ଦାୟିତ୍ୱ ନେଇପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।
ଧନୁ: ଦେହ ଭଲ ନ ରହିପାରେ। ଥଣ୍ଡା ଓ କାଶରେ ପଡ଼ିପାରନ୍ତି। ଦେଖିଚାହିଁ ଚଳନ୍ତୁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଗାମୀ ଦିନ ପାଇଁ ନୂଆ ଯୋଜନା କରିବେ।
ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।
କୁମ୍ଭ: କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ, ଆଜି ତା’ର ସମାଧାନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।
ମୀନ: ପେଟରେ ସମସ୍ୟା ଦେଖାଦେଇପାରେ। ଆୟଠୁ ବ୍ୟୟ ବଳି ଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।