ବିଜେପିର ମୁରଲୀ ଶର୍ମାଙ୍କୁ ହରାଇ ଚମ୍ପୁଆରେ ଜିତିଲେ ବିଜେଡି ପ୍ରାର୍ଥୀ ମିନାକ୍ଷୀ

  • ଚମ୍ପୁଆ ବିଧାନସଭା ଆସନରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜୟୀ, ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଲେ।ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି ପଛରେ ଚାଲିଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗରେ ଅଛନ୍ତି।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକସଭା ଆସନରୁ ଜିତିଲେ। ୩ଲକ୍ଷ ୮୫ ହଜାର ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି।
  • ବାଲେଶ୍ୱର ଲୋକସଭା ଆସନରେ ପୁଣି ଆଗେଇଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ।
  • ପଞ୍ଜାବର ଗୁରୁଦାସପୁର ଆସନରେ ଜିତିଲେ ସନ୍ନି ଦେଓଲ। ସେ ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ।
  • ବରଗଡ଼ ଲୋକସଭା ଆସନରେ ସୁରେଶ ପୂଜାରୀ ଆଗରେ।
  • ଦେବଗଡ଼ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆଗରେ ଚାଲିଛନ୍ତି।
  • ଭଣ୍ଡାରିପୋଖରୀ ଆସନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ଆଗୁଆ ଚାଲିଛନ୍ତି। ସକାଳୁ ସେ ଏହି ଆସନରେ ପଛୁଆ ଚାଲିଥିଲେ।
  • ଓଡ଼ିଶାରେ ଗଣତି ଆଗେଇ ଚାଲିଥିବା ବେଳେ ବିଜେଡି ୧୪ଟି ଲୋକସଭା ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭ଟି ଆସନରେ ଆଗରେ ରହିଛନ୍ତି।
  • କଟକ-ବାରବାଟୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ଆଗରେ ଅଛନ୍ତି।
  • ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ଜିତିଲେ, ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ହରାଇଲେ।
  • ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗରେ ଥିବା ବେଳେ ଏହି ଲୋକସଭା ଆସନରେ ତାଙ୍କ ପୁଅ ପଛରେ ଅଛନ୍ତି।
  • ବାଲିକୁଦା-ଏରସମାରେ ଦାମୋଦର ରାଉତ ପଛରେ, ପାରାଦୀପରେ ତାଙ୍କ ପୁଅ ଆଗରେ ଚାଲିଛନ୍ତି।
  • ଦିଲ୍ଲୀରେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆଗରେ ଅଛନ୍ତି।
  • ନାଗପୁରରେ ନୀତିନ ଗଡ଼କରି ଆଗୁଆ ଅଛନ୍ତି।
  • ବାରାଣସୀରେ ଅଢ଼େଇ ଲକ୍ଷ ଭୋଟରେ ପ୍ରଧାନମନ୍ତ୍ରୀ ଆଗୁଆ।
  • ୫୪୨ ଲୋକସଭା ଆସନରୁ ବିଜେପି ୩୪୪ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ୯୦, ବିଜେଡି ୧୪ଓ ଅନ୍ୟାନ୍ୟ ଦଳ ୯୪ଟି ଆସନରେ ଆଗୁଆ ଚାଲିଛନ୍ତି।
  • ଓଡ଼ିଶାରେ ୧୦୧ବିଧାନସଭା ଆସନରେ ବିଜେଡି ଆଗୁଆ ଓ୨୯ଟି ଆସନରେ ବିଜେପି ଆଗୁଆ।
  • ଓଡ଼ିଶାରେ ୧୦୨ବିଧାନସଭା ଆସନରେ ବିଜେଡି ଆଗୁଆ ଓ୨୮ଟି ଆସନରେ ବିଜେପି ଆଗୁଆ।
  • ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ।
  • ବିଜେଡି ୯୭ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେପି ୨୮ଟିରେ ଆଗରେ ରହିଛି।
  • ୫୪୨ ଲୋକସଭା ଆସନରୁ ବିଜେପି ୩୩୪ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ୧୦୩, ବିଜେଡି ୧୪ଓ ଅନ୍ୟାନ୍ୟ ଦଳ ୯୧ଟି ଆସନରେ ଆଗୁଆ ଚାଲିଛନ୍ତି।
  • ଓଡ଼ିଶାରେ ୯୦ବିଧାନସଭା ଆସନରେ ବିଜେଡି ଆଗୁଆ ଓ୨୮ଟି ଆସନରେ ବିଜେପି ଆଗୁଆ।
  • ଓଡ଼ିଶାରେ ବିଜେଡି ୧୪, ବିଜେପି ୭ ଆସନରେ ଆଗୁଆ।
  • ୫୪୨ ଲୋକସଭା ଆସନରୁ ବିଜେପି ୩୩୩ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ୧୦୧, ବିଜେଡି ୧୪ ଓ ଅନ୍ୟାନ୍ୟ ଦଳ ୯୪ଟି ଆସନରେ ଆଗୁଆ ଚାଲିଛନ୍ତି।
  • ଓଡ଼ିଶାରେ ୬୩ଟି ବିଧାନସଭା ଆସନରେ ବିଜେଡି ଆଗୁଆ ଚାଲିଥିବା ବେଳେ ବିଜେପି ୨୧ଟି ଆସନରେ ଆଗରେ ଚାଲିଛି। କଂଗ୍ରେସ ୫ଟି ଆସନରେ ଆଗରେ ରହିଛି।
  • ଓଡ଼ିଶାରେ ବିଜେଡି ୧୨ଟି ଲୋକସଭା ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୬ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି।
  • ୫୪୨ ଲୋକସଭା ଆସନରୁ ବିଜେପି ୩୩୧ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୧୦୨, ବିଜେଡି ୧୨ଓ ଅନ୍ୟାନ୍ୟ ଦଳ ୧୦୩ଟି ଆସନରେ ଆଗୁଆ ଚାଲିଛନ୍ତି।
  • କୋରାପୁଟ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଆଗୁଆ।
  • କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ।
  • କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗୁଆ।
  • ଯାଜପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ।
  • ଧର୍ମଶାଳା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଆଗୁଆ।
  • ଚିକିଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ଆଗୁଆ।
  • ବାରିପଦା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ଆଗୁଆ।
  • ଓଡ଼ିଶାରେ ୯ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ୬ଟିରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛି।
  • ୫୪୨ ଲୋକସଭା ଆସନରୁ ବିଜେପି ୩୧୦ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୧୧୨, ବିଜେଡି ୫ ଓ ଅନ୍ୟାନ୍ୟ ଦଳ ୮୭ଟି ଆସନରେ ଆଗୁଆ ଚାଲିଛନ୍ତି।
  • ଓଡ଼ିଶାରେ ୫ଟି ଲୋକସଭା ଆସନରେ ବିଜେପି ଆଗରେ ଚାଲିଥିବା ବେଳେ ୫ଟିରେ ବିଜେଡି ଆଗରେ ରହିଛି।
  • କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ, ବରଗଡ଼ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଆଗୁଆ।
  • ଦେବଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆଗୁଆ।
  • ସୋନପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ।
  • ଫୁଲବାଣୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅଙ୍ଗଦ କହଁର ଆଗୁଆ।
  • ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗୁଆ।
  •  ଡାବୁଗାଁ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମନୋହାର ରନ୍ଧାରୀ ଆଗୁଆ।
  •  ଚିଲିକା ବିଧାନସଭା ଆସନରେ  ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଆଗୁଆ।
  • ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ।
  • ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ।
  • ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଆଗୁଆ।
  • ଭଟଲୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ ଆଗୁଆ।
  • ଓଡ଼ିଶାରେ କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।
  • ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ।
  • ଓଡ଼ିଶାରେ ୧୨ଟି ବିଧାନସଭା ଆସନରେ ବିଜେଡ଼ି ଆଗରେ ଚାଲିଥିବା ବେଳେ ବିଜେପି ୪ଟିରେ ଆଗରେ ଅଛି।
  • ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ପଛରେ ଚାଲିଥିବା ବେଳେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ
  • ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ଆଗରେ ଚାଲିଛନ୍ତି।
  • ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨ଟିରେ ବିଜେପି ଓ ୨ଟିରେ ବିଜେଡି ଆଗରେ ଅଛନ୍ତି।
  • ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ପଛରେ ଚାଲିଛନ୍ତି।
  • ଓଡ଼ିଶାର ୧୪୬ ବିଧାନସଭା ଆସନରୁ ବିଜେପି, ବିଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏ ଆସନରେ ଆଗରେ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ୩୭୩ଟିର ଗଣତି ଚାଲିଥିବା ବେଳେ ବିଜେପି ମେଣ୍ଟ ୨୩୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୦ଟି ଓ ଅନ୍ୟାନ୍ୟ ଦଳ ୬୯ରେ ଆଗୁଆ ରହିଛନ୍ତି।
  • ନବରଙ୍ଗପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଆଗରେ ଚାଲିଛନ୍ତି।
  • ନବରଙ୍ଗପୁର: ବିଜେଡି ବିଧାନସଭା ପ୍ରାର୍ଥୀ ସଦାନନ୍ଦ ପ୍ରଧାନୀ ଆଗୁଆ।
  • ବୀରମହାରାଜପୁର: ବିଜେପି ବିଧାନସଭା ପ୍ରାର୍ଥୀ ରଘୁନାଥ ଜଗଦଳା ଆଗୁଆ।
  • ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଆଗୁଆ।
  • ଭୁବନେଶ୍ୱର: ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୨ଟିରେ ବିଜେପି ଆଗରେ ଚାଲିଛି।
  • ବଲାଙ୍ଗିର: ଲୋକସଭା ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗୁଆ।
  • କେରଳର ୱାଇନାଡ ଆସନରେ ରାହୁଲ ଆଗରେ ଅଛନ୍ତି।
  • ଆମେଥିରେ ରାହୁଲ ଗାନ୍ଧି ପଛରେ, ବିଜେପିର ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି।
  • ରାଏବରେଲୀରେ ସୋନିଆ ଗାନ୍ଧୀ ଆଗରେ ଚାଲିଛନ୍ତି।
  • ବିଜେପି ଅଧ୍ୟକ୍ଷ ଅମିତ ଶାହ ଗାନ୍ଧିନଗର ଆସନରେ ଆଗରେ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ବିଜେପି ୧୨୮ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୪୫ ଓ ଅନ୍ୟାନ୍ୟ ଦଳ ୪୦ଟି ଆସନରେ ଆଗୁଆ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ବିଜେପି ୧୧୩ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୪୧ଓ ଅନ୍ୟାନ୍ୟ ଦଳ ୩୫ଟି ଆସନରେ ଆଗୁଆ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ବିଜେପି ୧୧୦ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୩୩ ଓ ଅନ୍ୟାନ୍ୟ ଦଳ ୩୫ଟି ଆସନରେ ଆଗୁଆ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ବିଜେପି ୧୦୪ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୨୪ ଓ ଅନ୍ୟାନ୍ୟ ଦଳ ୩୪ଟି ଆସନରେ ଆଗୁଆ ଚାଲିଛନ୍ତି।
  • ୫୪୨ ଲୋକସଭା ଆସନରୁ ବିଜେପି ୮୯ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୨୩ ଓ ଅନ୍ୟାନ୍ୟ ଦଳ ୩୨ଟି ଆସନରେ ଆଗୁଆ ଚାଲିଛନ୍ତି।
  • ବିଜେପି ୬୯ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୧୭ ଓ ଅନ୍ୟାନ୍ୟ ଦଳ ୨୭ଟି ଆସନରେ ଆଗୁଆ ଚାଲିଛନ୍ତି।
  • ୪୭ଟି ଆସନରେ ବିଜେପି ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୧୦ଟି ଆସନରେ ଆଗରେ ରହିଛି।
  • ବିଜେପି ୩୯ଟି ଆସନରେ ଆଗୁଆ ଚାଲିଛି।
  • ୫୪୨ ଲୋକସଭା ଆସନରୁ ୩୬ଟିରେ ବିଜେପି ଆଗୁଆ, ୯ଟିରେ କଂଗ୍ରେସ ଆଗୁଆ, ଅନ୍ୟାନ ଦଳ ୩ଟି ଆସନରେ ଆଗରେ ଚାଲିଛନ୍ତି।
  • ୩୪ଟି ଲୋକସଭା ଆସନରେ ବିଜେପି ଆଗୁଆ, ୬ଟିରେ କଂଗ୍ରେସ ଆଗୁଆ
  • ୫୪୨ଟି ଲୋକସଭା ଆସନରୁ ୨୯ଟି ଆସନରେ ବିଜେପି, ୬ଟି ଆସନରେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି।
  • ଭୋଟ୍ ଗଣତି ଆରମ୍ଭ, ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ଚାଲିଛି
  • ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ
  • ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଛି
  • ଓଡ଼ିଶାରେ ୬୩ଟି କେନ୍ଦ୍ରରେ ଏକ ସଙ୍ଗେ ଆରମ୍ଭ ହୋଇଛି ଭୋଟ୍ ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଆସନ ଓ ୧୪୬ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି। ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇନି।
  • ସାରା ଦେଶରେ ଆଜି ୮ ହଜାରରୁ ଅଧିକ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ତା’ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ଆସନ ପାଇଁ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।