ଏଫଏମସି ଅଧ୍ୟକ୍ଷ ରମେଶ ଅଭିଷେକଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ: ଫୋରୱାର୍ଡ ମାର୍କେଟସ କମିଶନ (ଏଫଏମସି)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ଅଫିସର ରମେଶ ଅଭିଷେକଙ୍କ କାର୍ଯ୍ୟକାଳକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଛି। ଏହା ସହିତ ଚତୁର୍ଥ ଥର ପାଇଁ ଏଫଏମସିର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ଏପ୍ରିଲ ୮ ତାରିଖରୁ ତିନି ମାସ ପର୍ଯ୍ୟନ୍ତ ଅବା ସେବିରେ ଏଫଏମସିର ମିଶ୍ରଣ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିବେ ବୋଲି […]

RAMESH

RAMESH

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:36 AM IST

Sports

Latest News

ନୂଆଦିଲ୍ଲୀ: ଫୋରୱାର୍ଡ ମାର୍କେଟସ କମିଶନ (ଏଫଏମସି)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ଅଫିସର ରମେଶ ଅଭିଷେକଙ୍କ କାର୍ଯ୍ୟକାଳକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଛି। ଏହା ସହିତ ଚତୁର୍ଥ ଥର ପାଇଁ ଏଫଏମସିର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ଏପ୍ରିଲ ୮ ତାରିଖରୁ ତିନି ମାସ ପର୍ଯ୍ୟନ୍ତ ଅବା ସେବିରେ ଏଫଏମସିର ମିଶ୍ରଣ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିବେ ବୋଲି ଏସିସି ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି। ଚଳିତ ବର୍ଷ ବଜେଟ୍ ଅଧିବେଶନରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏଫଏମସିକୁ ସେବିରେ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ।

୧୯୮୨ ବ୍ୟାଚର ଆଇଏଏସ ଅଫିସର ରମେଶ ଅଭିଷେକ ୨୦୧୨ ସେପ୍ଟେମ୍ବର ମାସରେ ଏହି ସାମଗ୍ରୀ ବଜାର ନିୟାମକ ସଂସ୍ଥାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତବର୍ଷ ଜୁଲାଇ ଓ ଅକ୍ଟୋବର ମାସରେ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା। ପରେ ଚଳିତ ବର୍ଷ ଜାନୁଆରୀରେ ଆଉ ଥରେ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା। ଏପ୍ରିଲ ୭ ତାରିଖରେ ଏହି ଅବଧି ଶେଷ ହୋଇଯାଇଥିଲା। ତେବେ ସରକାର ପୁଣି ଥରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos