ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ସରକାର ଏମଏମଟିସିରୁ ତାଙ୍କର ୧୫% ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଏଥିରୁ ସରକାରଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ମିଳିବ। ଏମଏମଟିସି ଅଧ୍ୟକ୍ଷ ବେଦ ପ୍ରକାଶ ଏହି ସୂଚନା ଦେଇଛନ୍ତି।
ସେ କହିଥିଲେ, ସରକାର ଏମଏମଟିସିରୁ ୧୫% ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ। ଏହି ଅଂଶଧନ ବିକ୍ରି କଲେ ସରକାରଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ମିଳିବ।
ବର୍ତ୍ତମାନ ଏମଏମଟିସିରେ ସରକାରଙ୍କର ୮୯.୯୩% ଅଂଶଧନ ରହିଛି। ଆଉ ସରକାର ୧୫% ଅଂଶଧନ ବିକ୍ରି କରି ଦେଲେ ତାହା ସେବି ଦ୍ୱାରା ନିର୍ଦ୍ଧାରିତ ମିନିମନ୍ ପବ୍ଲିକ ସେୟାରହୋଲ୍ଡିଂ (ସାଧାରଣ ଲୋକଙ୍କ ଅଂଶଧନ) ସ୍ତରକୁ ଛୁଇଁ ପାରିବ କଂପାନୀ। ସବୁ ପିଏସୟୁଗୁଡ଼ିକରେ ଅତିକମରେ ୨୫% ଘରୋଇ ଭାଗିଦାରୀ ରହିବାକୁ ସେବି ବାଧ୍ୟତାମୂଳକ କରି ଦେଇଛି।
୨୦୧୩ ଜୁନରେ ସରକାର ଏମଏମଟିସିରୁ ୯.୩୩% ଅଂଶଧନ ବିକ୍ରି କରି ଥିଲେ। ଏଥିରୁ ସରକାରଙ୍କୁ ମିଳିଥିଲା ୫୭୦ କୋଟି ଟଙ୍କା। ପୁଞ୍ଜିପ୍ରତ୍ୟାହାର ପାଇଁ ସରକାର ବାଛି ଥିବା ଡଜନେରୁ ଅଧିକ କଂପାନୀ ମଧ୍ୟରେ ଏମଏମଟିସି ବି ରହିଛି। ଅନ୍ୟ କଂପାନୀଗୁଡ଼ିକ ହେଲା ଆଇଓସି, ଏନଟିପିସି, ଭେଲ, ନାଲକୋ, ଏନଏମଡିସି, ନେସନାଲ ଫର୍ଟିଲାଇଜର, ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Guest Column
ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ
ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Guest Column
ନୂଆ କୃଷି ଆଇନ ଆସିବା ଦରକାର
ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?

Business
କୁଆଡ଼େ ଗଲା ଜଣକୁ ନିଯୁକ୍ତି ଦେଲେ 10 ହଜାର ଟଙ୍କା?
ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି।

National
ସରକାରୀ ଇ-ବଜାର ବା ଜିଇଏମ୍ କ’ଣ
ଦେଶର ସାମାଜିକ ବିକାଶ ସହିତ ତାଳଦେଇ ଜିଇଏମ୍ ଷ୍ଟାର୍ଟ ଅପ୍ ଗୁଡ଼ିକୁ ୩୫,୯୫୦ କୋଟି ଟଙ୍କାର ଅର୍ଡର ପୂରଣ କରିବାରେ ସକ୍ଷମ କରିଛି। ଜିଇଏମର ମୋଟ ବିକ୍ରେତା ସଂଖ୍ୟାର ୮% ମହିଳା ଉଦ୍ୟୋଗୀ, ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ସମୁଦାୟ ୧,୭୭,୭୮୬ ଜଣ ଉଦ୍ୟମ-ଭେରିଫାଏଡ୍ ମହିଳା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଇ) ୪୬,୬୧୫ କୋଟି ଟଙ୍କାର ସମୁଦାୟ ଅର୍ଡର ମୂଲ୍ୟ ପୂରଣ କରିଛନ୍ତି।