ନୂଆଦିଲ୍ଲୀ: ଘରୋଇ ଏଫ.ଏମ୍ ରେଡିଓର ଇ-ଅକ୍ସନର ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରି ରାଉଣ୍ଡରେ ନିଲାମୀ ହୋଇଥିଲା। ଗତକାଲି ଗୋଟିଏ ଦିନ ମଧ୍ୟରେ ୨୦ ରାଉଣ୍ଡ ନିଲାମୀ କରାଯାଇଥିଲା। ପଂଚମ ଦିନର ଶେଷ ବେଳକୁ ୫୫ଟି ସହର ପାଇଁ ୮୦ଟି ଚ୍ୟାନେଲ ଲାଗି ୩୯୧ କୋଟି ଟଙ୍କା ଥିଲାବେଳେ ମୋଟ ୭୧୪ କୋଟି ଟଙ୍କା ନିଲାମୀ ଡକାଯାଇଛି। ପ୍ରଥମ ବ୍ୟାଚରେ ମୋଟ୍ ସଂରକ୍ଷଣ ଅର୍ଥ ୧୬୩. ୪୮ କୋଟି ଟଙ୍କା ଥିଲା ବେଳେ୫୫୦.୧୮ କୋଟି ଟଙ୍କା ନିଲାମୀ ଡକାଯାଇଛି। ଦିଲ୍ଲୀର ଏକ ଚ୍ୟାନେଲ ପକ୍ଷରୁ
ସବାର୍ଧିକ ୧୦୫.୨୩ କୋଟି ଟଙ୍କା ନିଲାମୀ ଡକାଯାଇଛି ଯାହାକି ସଂରକ୍ଷଣ ମୂଲ୍ୟଠାରୁ ୩ ଗୁଣ ଅଧିକା ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।