୧୦ % ଅଭିବୃଦ୍ଧି ହାସଲ କ୍ଷମତା ଭାରତର ରହିଛି: ଜେଟଲୀ

ୱାଶିଂଟନ୍: ଜାତୀୟ ଅଭିବୃଦ୍ଧି ହାରକୁ ୯ ବା ୧୦ ପ୍ରତିଶତରେ ପହଞ୍ଚାଇବାର କ୍ଷମତା ଭାରତ ପାଖରେ ରହିଛି। ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏକଥା କହିଛନ୍ତି। ୱାଶିଂଟନର ଏକ ପ୍ରମୁଖ ଥିଙ୍କ୍-ଟ୍ୟାଙ୍କ୍ ସଂସ୍ଥା ସେଣ୍ଟର ଫର୍ ଷ୍ଟ୍ରାଟେଜୀକ୍ ଓ ଇଣ୍ଟରନେସନାଲ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେବା ଅବସରରେ ସେ କହିଥିଲେ ଏହି କଥା । ଆଲୋଚନାର ବିଷୟ ବସ୍ତୁ ଥିଲା ‘ଆମେରିକା-ଭାରତ ବାଣିଜି୍ୟକ ଭାଗିଦାରୀରେ ଅଭିବୃଦ୍ଧି: ମୋଦି ସରକାରଙ୍କ ପ୍ରଥମ […]

jaitley

jaitley

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 10:21 AM IST

Sports

Latest News

ୱାଶିଂଟନ୍: ଜାତୀୟ ଅଭିବୃଦ୍ଧି ହାରକୁ ୯ ବା ୧୦ ପ୍ରତିଶତରେ ପହଞ୍ଚାଇବାର କ୍ଷମତା ଭାରତ ପାଖରେ ରହିଛି। ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏକଥା କହିଛନ୍ତି। ୱାଶିଂଟନର ଏକ ପ୍ରମୁଖ ଥିଙ୍କ୍-ଟ୍ୟାଙ୍କ୍ ସଂସ୍ଥା ସେଣ୍ଟର ଫର୍ ଷ୍ଟ୍ରାଟେଜୀକ୍ ଓ ଇଣ୍ଟରନେସନାଲ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେବା ଅବସରରେ ସେ କହିଥିଲେ ଏହି କଥା ।

ଆଲୋଚନାର ବିଷୟ ବସ୍ତୁ ଥିଲା ‘ଆମେରିକା-ଭାରତ ବାଣିଜି୍ୟକ ଭାଗିଦାରୀରେ ଅଭିବୃଦ୍ଧି: ମୋଦି ସରକାରଙ୍କ ପ୍ରଥମ ବର୍ଷ’।ଏଥିରେ ଅରୁଣ ଜେଟଲୀ କହିଥିଲେ, ଭାରତର ବର୍ଦ୍ଧିତ ଜନସଂଖ୍ୟା ଯେଉଁ ଆହ୍ୱାନ ଦେଉଛି ତାହାକୁ ମୁକାବିଲା କରିବାକୁ ଦେଶରେ ଉଚ୍ଚ ଅଭିବୃଦ୍ଧି ହାରର ବହୁତ ଆବଶ୍ୟକତା ରହିଛି।ଆଉ ଆଗାମୀ ଦିନରେ ଭାରତ ଏହି ଲକ୍ଷ୍ୟ ହାସଲ କରି ପାରିବ । ଦେଶରେ ୯ ଅବା ୧୦ ପ୍ରତିଶତ ଅଭିବୃଦ୍ଧି ହାର ସାଧାରଣ କଥା ହୋଇଯିବ।ଏହି କ୍ଷମତା ଭାରତ ପାଖରେ ରହିଛି।

ଆଇଏମଏଫ ଓ ୱାର୍ଲ୍ଡ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବା ଲାଗି ଏଠାରେ ପହଞ୍ଚିଥିବା ଜେଟଲୀ କହିଥିଲେ ଯେ ଭାରତରେ ରାଜ୍ୟଗୁଡ଼ିକୁ ଅଧିକ ଆର୍ଥିକ କ୍ଷମତା ଦିଆଯାଇଛି।ଉପôାଦନ ସହିତ ନିବେଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର।ନିବେଶ ପାଇଁ ଦ୍ୱାର ଖୋଲି ଦିଆଯାଇଛି।ନୀତିରେ ଅନେକ ପରିବର୍ତ୍ତନ ଅଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos