ଭାରତରେ ପ୍ରବେଶ କରିବ କାୱାସାକି Ninja ZX-10R ଓ ZX-14R

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ସୁପରବାଇକ୍‌ ନିର୍ମାତା କାୱାସାକି କମ୍ପାନୀ ଭାରତରେ ୨ଟି ସୁପର ବାଇକ୍‌ ବଜାର ପ୍ରବେଶ କରାଇବ। ଏହି ବାଇକ୍‌ର ନାମ Ninja ZX-10R ଓ ZX-14R। ପ୍ରଥମଟିର ବଜାର ଦର ରହିଛି ୧୬.୪ ଲକ୍ଷ ଓ ଦ୍ୱିତୀୟଟିର ବଜାର ଦର ୧୭.୯ ଲକ୍ଷ। Ninja ZX-10R ସୁପର ବାଇକ୍‌ରେ କମ୍ପାନୀ କିଛି ସୁପର ଫିଚର ସହ ବଜାରକୁ ଛାଡିଥିବା ବେଳେ ZX-14Rରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ୨ ବାଇକ୍‌ର ଷ୍ଟାଇଲ୍‌ […]

2016-kawasaki-zx-14r

2016-kawasaki-zx-14r

Rakesh Mallick
  • Published: Friday, 25 March 2016
  • Updated: 26 March 2016, 03:51 AM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ସୁପରବାଇକ୍‌ ନିର୍ମାତା କାୱାସାକି କମ୍ପାନୀ ଭାରତରେ ୨ଟି ସୁପର ବାଇକ୍‌ ବଜାର ପ୍ରବେଶ କରାଇବ। ଏହି ବାଇକ୍‌ର ନାମ Ninja ZX-10R ଓ ZX-14R। ପ୍ରଥମଟିର ବଜାର ଦର ରହିଛି ୧୬.୪ ଲକ୍ଷ ଓ ଦ୍ୱିତୀୟଟିର ବଜାର ଦର ୧୭.୯ ଲକ୍ଷ।

Ninja ZX-10R ସୁପର ବାଇକ୍‌ରେ କମ୍ପାନୀ କିଛି ସୁପର ଫିଚର ସହ ବଜାରକୁ ଛାଡିଥିବା ବେଳେ ZX-14Rରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ୨ ବାଇକ୍‌ର ଷ୍ଟାଇଲ୍‌ ବେଶ୍‌ ଆକର୍ଷଣୀୟ ହୋଇଛି। ଏହାର ଫ୍ରଣ୍ଟ ଫେସ୍‌ ଅତି ଉତ୍ତମ ଫାଇବରରେ ତିଆରି ହୋଇଛି।

Ninja ZX-10Rରେ ଅତ୍ୟାଧୁନିକ ଫିଚର ମଧ୍ୟରେ 4-stroke, 4-valve, Liquid-cooled Engine, 988cc inline, DFI with four 47mm Keihin throttle bodies with oval sub-throttles, two injectors per cylinder Fuel system, 6-Speed Transmission ଓ Four-cylinder engine ରହିଛି ।

ଏହାସହ ଏହି ସୁପରବାଇକ୍‌ରେ Kawasaki Launch Control (KLCS), Kawasaki Intelligent Braking (KIBS), Kawasaki Sport Traction Control (S-KTRC), Kawasaki Engine Braking Control (KEBC) ଓ Quick Shifter (KQS) ପରି ଅତ୍ୟାଧୁନିକ ସୁବିଧା ରହିଛି।

ZX-14Rରେ ଅତ୍ୟାଧୁନିକ ଫିଚର ମଧ୍ୟରେ ରହିଛି 4-stroke, 4 cylinder, DOHC, 4-valve, Liquid-cooled Engine, 1,441 cc inline, DFI with four 44mm Mikuni throttle bodies, Kawasaki Sport Control (KTRC), Pawer Mode ଓ ABS ପରି ସୁବିଧା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos