ଏଣିକି ବ୍ୟାଙ୍କରେ ଖାତା ଖୋଲିବାକୁ ଆଧାର ବାଧ୍ୟତାମୂଳକ... ଡିସେମ୍ବର ୩୧ ସୁଦ୍ଧା ଦାଖଲ ନକଲେ ଅଚଳ ହେବ ଆକାଉଣ୍ଟ

ନୂଆଦିଲ୍ଲୀ: ଆପଣ ଯଦି ଏବେ ବ୍ୟାଙ୍କରେ ନୂଆଖାତା ଖୋଲିବାକୁ ଚାହୁଁଛନ୍ତି, କିମ୍ୱା  ୫୦,୦୦୦ରୁ ଅଧିକ ଟଙ୍କା କାରବାର କରିବା ଦରକାର ପଡୁଛି, ତେବେ ଏଥିପାଇଁ ଆଧାର କାର୍ଡ ଜରୁରି। କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୩୧ ଡିସେମ୍ୱର ୨୦୧୭ ମଧ୍ୟରେ ଆଧାର କାର୍ଡର ନମ୍ୱର ଦାଖଲ କରିବାକୁ, ସବୁ ବ୍ୟାଙ୍କର ଆକାଉଣ୍ଟ ହୋଲ୍ଡରଙ୍କୁ କୁହାଯାଇଛି। ଏହି ଅବଧି ମଧ୍ୟରେ ଆଧାର କାର୍ଡ ନମ୍ୱର ଜମା ନକଲେ ଆପଣଙ୍କ ବ୍ୟାଙ୍କ ଖାତା ଅବୈଧ ହୋଇଯିବ। – […]

new-rupee

new-rupee

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 02:25 PM IST

ନୂଆଦିଲ୍ଲୀ: ଆପଣ ଯଦି ଏବେ ବ୍ୟାଙ୍କରେ ନୂଆଖାତା ଖୋଲିବାକୁ ଚାହୁଁଛନ୍ତି, କିମ୍ୱା  ୫୦,୦୦୦ରୁ ଅଧିକ ଟଙ୍କା କାରବାର କରିବା ଦରକାର ପଡୁଛି, ତେବେ ଏଥିପାଇଁ ଆଧାର କାର୍ଡ ଜରୁରି। କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୩୧ ଡିସେମ୍ୱର ୨୦୧୭ ମଧ୍ୟରେ ଆଧାର କାର୍ଡର ନମ୍ୱର ଦାଖଲ କରିବାକୁ, ସବୁ ବ୍ୟାଙ୍କର ଆକାଉଣ୍ଟ ହୋଲ୍ଡରଙ୍କୁ କୁହାଯାଇଛି। ଏହି ଅବଧି ମଧ୍ୟରେ ଆଧାର କାର୍ଡ ନମ୍ୱର ଜମା ନକଲେ ଆପଣଙ୍କ ବ୍ୟାଙ୍କ ଖାତା ଅବୈଧ ହୋଇଯିବ।

- କେନ୍ଦ୍ର ସରକାର ୨୦୧୭-୧୮ ବଜେଟ୍ ପୂର୍ବରୁ ଆଧାର କାର୍ଡକୁ ପାନ୍‌ ନମ୍ବର ସହ ସଂଯୋଗ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ଫଳରେ ଟ୍ୟାକ୍ସ ଫାଙ୍କିବାକୁ ଲୋକମାନେ ଏକାଧିକ ପାନ୍‌କାର୍ଡ ତିଆରି ଓ ବ୍ୟବହାର କରିପାରିବେ ନାହିଁ।

- ୨୦୦୫ର ସଂଶୋଧିତ ଟ୍ୟାକ୍ସ ନିମୟ ଅନୁଯାୟୀ, ଜଣେ ବ୍ୟକ୍ତି ବା କମ୍ପାନୀ କିମ୍ୱା ଅଂଶୀଦାର କମ୍ପାନୀ, ବ୍ୟାଙ୍କରେ ୫୦ ହଜାରରୁ ଅଧିକ ଟଙ୍କା ନେଣଦେଣ ପାଇଁ ଆଧାର ନମ୍ବର ସହ ପାନ୍‌ ନମ୍ବର କିମ୍ୱା ଫର୍ମ-୬୦ ପ୍ରଦାନ କରିବା ବାଧ୍ୟତାମୂଳକ।

- କମ୍ କାରାବର କରୁଥିବା ଛୋଟ ଗ୍ରାହକଙ୍କ ପାଇଁ ମଧ୍ୟ ନିୟମ କଡା କରାଯାଇଛି। ପୂର୍ବ ନିୟମରେ ସଂଶୋଧନ କରି ବ୍ୟାଙ୍କ କର୍ତୃପକ୍ଷ କହିଛନ୍ତି, କେବଳ କୋର୍‌ ବ୍ୟାଙ୍କି ସୁବିଧା ଥିବା ଶାଖାରେ ହିଁ କେ.ୱାଇ.ସି. (ନୋ ଇଓର୍ କଷ୍ଟୋମର) ଫର୍ମ ଦାଖଲ ବିନା ଆକାଉଣ୍ଟ ଖୋଲାଯାଇ ପାରିବ। ସେହିପରି ୫୦୦୦୦ ଟଙ୍କା ଡିପୋଜିଟ୍ ହୋଇପାରୁଥିବା ଆକାଉଣ୍ଟ ମଧ୍ୟ କୋର୍ ବ୍ୟାଙ୍କିଂ ଥିବା ଶାଖାରେ ଖୋଲାଯାଇ ପାରିବ। ନୂଆ ନିୟମ ଅନୁଯାୟୀ, ଏପରି ଆକାଉଣ୍ଟ ସେହି ଶାଖାରେ ଖୋଲାଯାଇ ପାରିବ ଯେଉଁଠି ବ୍ୟାଙ୍କ କର୍ମଚାରୀ ଏହା ଉପରେ ନଜର ରଖିପାରିବେ ଏବଂ ନିଶ୍ଚିତ କରିପାରୁଥିବେ ଯେ, ଏହି ଆକାଉଣ୍ଟରୁ ବିଦେଶକୁ ଟଙ୍କା ପଠାଯାଉ ନାହିଁ। ଏହି ଆକାଉଣ୍ଟର ମାସିକ ଓ ବାର୍ଷିକ କାରବାର, ସୀମା ଭିତରେ ରହିଛି ଏବଂ ବାଲାନ୍ସ ପରିମାଣ ଉଲ୍ଲଂଘନ ହେଉନି ବୋଲି ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ।

- ଏହିପରି ବ୍ୟାଙ୍କ ଆକାଉଣ୍ଟ ବର୍ଷେ ଯାଏଁ ବୈଧ ରହିପାରିବ। ଏହାପରେ ଯଦି ଆକାଉଣ୍ଟଧାରୀ ନିଶ୍ଚିତ କରିବେ ଯେ, ସେ ସଠିକ୍ ଦଲିଲ୍ ସହ ଆବେଦନ କରିଛନ୍ତି, ତେବେ ଏହାକୁ ଆଉ ୧୨ ମାସ ସମୟ ଦିଆଯାଇ ପାରିବ।

- ନିୟମରେ ଆହୁରି ମଧ୍ୟ କୁହାଯାଇଛି, ଛୋଟ ଆକାଉଣ୍ଟ ଗୁଡ଼ିକର ଯାଞ୍ଚ୍ ନିୟମିତ ଜାରି ରହିବ। ଯେଉଁ ସମୟରେ ଏହା ମାଧ୍ୟମରେ କୌଣସି ସନ୍ଦେହଜନକ ଦେଣନେଣ ବା ଆତଙ୍କବାଦୀଙ୍କ ଦ୍ୱାରା ଟଙ୍କା କାରବାର ହୋଇଥିବା ସନ୍ଦେହ ଆସିବ, ତେବେ ଅଧିକାରୀ ସ୍ତରରେ ଏହା ଦସ୍ତାବିଜର ଯାଂଚ କରାଯିବ।

- ଜୁନ୍‌ ୧ରୁ ବ୍ୟକ୍ତିଗତ, କମ୍ପାନୀ କିମ୍ୱା ଅଂଶୀଦାର କମ୍ପାନୀ ଦ୍ୱାରା ୫୦ ହଜାରରୁ ଅଧିକ ଟଙ୍କା ନେଣଦେଣ ପାଇଁ ପାନ୍ ନମ୍ବର କିମ୍ୱା ଫର୍ମ-୬୦ ଦାଖଲ ସହ ଆଧାର ନମ୍ୱର ଉଲ୍ଲେଖ କରିବାକୁ ପଡ଼ିବ। ଯଦି ଖାତା ଖୋଲିବା ସମୟରେ ଅଧାର ନମ୍ୱର ନଥାଏ ତେବେ ଗ୍ରାହକ ଆଧାର ପାଇଁ କରିଥିବା ଆବଦେନ ପତ୍ର ଦେଖାଇପାରିବ। ଖାତା ଖୋଲିବାର ୬ ମାସ ମଧ୍ୟରେ ଆଧାର ନମ୍ୱର ଦେବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story