ଅଗଷ୍ଟରେ ନିଲାମ ହେବ ଆଉ ୫ ଖଣି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଟି ଖଣି ନିଲାମ ହେବ। ଏ ନେଇ ସରକାର ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ। ଏସ୍‌ବିଆଇ କ୍ୟାପ୍ସ ଓ ମେଟାଲ୍‌ ଆଣ୍ଡ ସ୍କ୍ରାପ ଟ୍ରେଡିଂ କର୍ପୋରେସନ୍‌କୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିବା ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରଥମ ଖଣି ଭାବେ ସୁନ୍ଦରଗଡ଼ ଘେରାବୁରାଣୀ ସାଗାସାହି ଲୁହା ପଥର ଖଣି ୨୦୧୫ ଡିସେମ୍ବର ୨୧ ତାରିଖରେ ନିଲାମୀ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦୀର୍ଘ ୮ ମାସ ପରେ ପୁଣି […]

mines

mines

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 09:44 PM IST

Sports

Latest News

minesଭୁବନେଶ୍ୱର: ରାଜ୍ୟରେ ଆଉ ୫ଟି ଖଣି ନିଲାମ ହେବ। ଏ ନେଇ ସରକାର ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ। ଏସ୍‌ବିଆଇ କ୍ୟାପ୍ସ ଓ ମେଟାଲ୍‌ ଆଣ୍ଡ ସ୍କ୍ରାପ ଟ୍ରେଡିଂ କର୍ପୋରେସନ୍‌କୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିବା ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟର ପ୍ରଥମ ଖଣି ଭାବେ ସୁନ୍ଦରଗଡ଼ ଘେରାବୁରାଣୀ ସାଗାସାହି ଲୁହା ପଥର ଖଣି ୨୦୧୫ ଡିସେମ୍ବର ୨୧ ତାରିଖରେ ନିଲାମୀ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦୀର୍ଘ ୮ ମାସ ପରେ ପୁଣି ଥରେ ନୂଆ ଖଣି ନିଲାମୀ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ଖଣି ବିଭାଗ। ରାଜ୍ୟର ମାଲକାନଗିରି, ନୂଆପଡ଼ା, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ନିଲାମ ପାଇଁ ୯ ଖଣି ଚିହ୍ନଟ ହୋଇଛି। ଏଥିରେ ରହିଛି ୩ଟି ଲୁହାପଥର, ୪ଟି ଲାଇମ୍‌ଷ୍ଟୋନ୍‌, ଗୋଟିଏ ମାଙ୍ଗାନିଜ ଓ ଗୋଟିଏ ବକ୍‌ସାଇଟ ଖଣି। ତେବେ ଚଳିତ ମାସରେ ଏଥିରୁ ୫ଟି ଖଣିକୁ ନିଲାମୀ କରିବାକୁ ନେଇ ଖଣି ବିଭାଗ ନିଷ୍ପତ୍ତି ନେଇଛି। ଏଥିରେ ମାଲକାନଗିରିର କୋଟାମେଟା, ଉସକାଲଭାଗୁ ଓ ନୂଆପଡ଼ାର ଗରମରା ଲାଇମଷ୍ଟୋନ୍ ଖଣି ରହିଛି। ସେହିପରି କେନ୍ଦୁଝର ଲସର୍ଦ୍ଦା ପଚେରୀ ମାଙ୍ଗାନିଜ ଓ ସୁନ୍ଦରଗଡ଼ର ଗୋଟିଏ ଲୁହାପଥର ଖଣି ନିଲାମୀ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବେ।

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, “ଅଗଷ୍ଟ ମାସରେ ଆମେ ଏସ୍‌ବିଆଇ କ୍ୟାପ୍ସକୁ ଲେଖୁଛୁ। ସେମାନେ ଯଦି ସମସ୍ତ କାଗଜପତ୍ର କାମ ସାରିଦେବେ ତାହାହେଲେ ଆମେ ଅଗଷ୍ଟ ମାସରେ ହିଁ ଅକ୍‌ସନ୍‌ କରିବୁ।”

ଖଣି ନିଲାମୀ ପାଇଁ ୨ଟି ଲାଇମ୍‌ଷ୍ଟୋନ ଖଣିର ପ୍ରସପେକଟିଭ୍‌ ଲାଇସେନ୍ସ ଓ ମାଇନିଂ ଲିଜ୍‌ ନେଇ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ସେହିପରି ୩ଟି ଖଣିକୁ ଜି-ଥ୍ରୀ ଲେବଲରୁ ଜି-ଟୁ ଲେବଲକୁ ଅଣାଯାଇଥିବା ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story