ବଜାରକୁ ଆସୁଛି ବଜାଜ ପଲସରର NS ୧୨୫ ସିସି ବାଇକ୍, ଜାଣନ୍ତୁ ଦାମ 

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଗ୍ରଣୀ ଦୁଇ ଚକିଆ ନିର୍ମାତା ବଜାଜ୍ ଏବେ ୧୨୫ ସିସିର ପଲସର ଆଣିବାକୁ ଯାଉଛି। ପୂର୍ବରୁ ଏହି ବାଇକ୍ କମ୍ପାନୀ ୧୫୦ସିସି, ୧୩୫, ୧୮୦, ୨୨୦, ୧୬୦ସିସି ବାଇକ୍ ବଜାରରେ ଛାଡ଼ି ସାରିଛି। ବଜାଜର ଏହି ସବୁ ଲୋକପ୍ରିୟ ପଲସର ମଡେଲ ଅନେକ ସଫଳତା ସାଉଁଟି ସାରିଛି। ଚଳିତ ବର୍ଷ ଦିପାବଳୀ ବେଳେ ଏହି ଲୋକପ୍ରିୟ ମଡେଲ ଆଉ ଏକ ନୂଆ ଭର୍ସନରେ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଏହି […]

pulsar 125cc

pulsar 125cc

Subhransu Sekhar
  • Published: Saturday, 06 July 2019
  • Updated: 06 July 2019, 03:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଗ୍ରଣୀ ଦୁଇ ଚକିଆ ନିର୍ମାତା ବଜାଜ୍ ଏବେ ୧୨୫ ସିସିର ପଲସର ଆଣିବାକୁ ଯାଉଛି। ପୂର୍ବରୁ ଏହି ବାଇକ୍ କମ୍ପାନୀ ୧୫୦ସିସି, ୧୩୫, ୧୮୦, ୨୨୦, ୧୬୦ସିସି ବାଇକ୍ ବଜାରରେ ଛାଡ଼ି ସାରିଛି। ବଜାଜର ଏହି ସବୁ ଲୋକପ୍ରିୟ ପଲସର ମଡେଲ ଅନେକ ସଫଳତା ସାଉଁଟି ସାରିଛି।

ଚଳିତ ବର୍ଷ ଦିପାବଳୀ ବେଳେ ଏହି ଲୋକପ୍ରିୟ ମଡେଲ ଆଉ ଏକ ନୂଆ ଭର୍ସନରେ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଏହି ବାଇକର ଦାମ ଅନ୍ୟ କମ୍ପାନୀର ୧୨୫ ସିସି ମଡ଼େଲ ତୁଳନାରେ କମ୍ ରହିବ ବୋଲି ଜଣାପଡ଼ିଛି।

ଏବେ ଏହି ପଲସର ଏନଏସ ୧୨୫ ସିସି ବାଇକ୍ ଭାରତକୁ ଛାଡ଼ି ଦେଲେ ଅନ୍ୟ ଦେଶରେ ବିକ୍ରି ହେଉଛି। ୫ଟି ଗିଅର ବକ୍ସ ସହିତ ଆସିବାକୁ ଥିବା ଏହି ବାଇକରେ ଆଗ ଚକରେ ଡିସ୍କ ବ୍ରେକ ରହିବ ବୋଲି ଜଣାପଡ଼ିଛି ଏବଂ ପଛରେ ରିଅର ବା ବିନା ଡିସ୍କ ବ୍ରେକ୍ ରହିବ। କିନ୍ତୁ ବ୍ରେକ କ୍ଷମତା ସିବିଇ(କମବାଇନ୍ ବ୍ରେକିଂ ସିଷ୍ଟମ୍)ଠୁ କମ୍ ରହିବ।

ଭାରତରେ ଏହି ଗାଡ଼ିର ଏକ୍ସ ଶୋ' ରୁମ ମୂଲ୍ୟ ୬୫ ହଜାର ଟଙ୍କା ରହିଛି। ଅନ୍ୟ କମ୍ପାନୀର ୧୨୫ ସିସି ମଡେଲର ଦାମ ପଲସର ତୁଳନାରେ ଅଧିକ ରହିବ। ଏହା ମୁଖ୍ୟତଃ ହଣ୍ଡାର ସିବି-ସାଇନ୍ ଏସପି ଏବଂ ହିରୋର ଗ୍ଲାମରକୁ ଟକ୍କର ଦେବା ପାଇଁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos