ବଜାରକୁ ଆସିଲା ସ୍କୁଟର ଡୁଏଟ୍

କଟକ: ବଜାରକୁ ଆସିଛି ଅଗ୍ରଣୀ ମୋଟର କମ୍ପାନୀ ହିରୋର ନୂଆ ମଡ଼େଲ ସ୍କୁଟର ଡୁଏଟ୍। କଟକ କନିକା ଛକ ସ୍ଥିତ ସନି ମୋଟର୍ସଠାରେ ଏହି ନୂଆ ମଡେଲକୁ ଦେଖିବା ଲାଗି ଗ୍ରାହକଙ୍କ ଭିଡ଼ ଜମିଥିଲା। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ୧୧୦ସିସି ସ୍କୁଟରକୁ ବଜାରକୁ ଛଡ଼ାଯାଇଛି। ଏହାର ଏକ୍ସ ଶୋରୁମ୍ ମୂଲ୍ୟ ରହିଛି ୫୨ହଜାର ୮୪୪ ଟଙ୍କା। ଏହା ଏକ ଲିଟରରେ ୬୩ କି.ମି. ଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।