ଧନତେରାଶରେ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର: ଆଜି ଧନତେରାସ୍‌। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଭୁବନେଶ୍ୱରରେ ଗ୍ରହକଙ୍କ ଆଗ୍ରହକୁ ଦେଖି ଦୋକାନୀମାନେ ବିଭିନ୍ନ ଅଫର ରଖିଛନ୍ତି। ଲାଲଚାନ୍ଦ ଶୋ’ରୁମ୍‌ ‘ସୋନେ ପେ ସୋନା’ ଉପହାରର ଅଫର ରଖିଛି। ହଲମାର୍କ ପକ୍ଷରୁ […]

dhantaras

dhantaras

Rakesh Mallick
  • Published: Friday, 28 October 2016
  • Updated: 28 October 2016, 10:02 PM IST

ଭୁବନେଶ୍ୱର: ଆଜି ଧନତେରାସ୍‌। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଭୁବନେଶ୍ୱରରେ ଗ୍ରହକଙ୍କ ଆଗ୍ରହକୁ ଦେଖି ଦୋକାନୀମାନେ ବିଭିନ୍ନ ଅଫର ରଖିଛନ୍ତି। ଲାଲଚାନ୍ଦ ଶୋ’ରୁମ୍‌ ‘ସୋନେ ପେ ସୋନା’ ଉପହାରର ଅଫର ରଖିଛି। ହଲମାର୍କ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫର ରଖାଯାଇଛି। ସେହିପରି ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଜୁଏଲାରୀ ପକ୍ଷରୁ ରୁପା ମେକିଂ ଚାର୍ଜ ଫ୍ରି ଥିବା ବେଳେ ସୁନା ଓ ଡାଇମଣ୍ଡ ଗହଣା ଉପରେ ପ୍ରତିଶତ ଫ୍ଲାଟ୍‌ ଅଫର ରହିଛି।

କଟକ ସହର ନିମଚଉଡି, ହରିପୁରରୋଡ଼୍‌, ମଙ୍ଗଳାବାଗରେ ଥିବା ଦୋକାନ ଗୁଡିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ବ୍ରହ୍ମପୁର ବଡ଼ବଜାର, ସାନ ବଜାର ଓ ପୁରୁଣା ବଜାର ବସ୍‌ଷ୍ଟାଣ୍ଡରେ ଥିବା ବିଭିନ୍ନ ଅଳଙ୍କାର ଦୋକାନରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବା ମିଳିଥିଲା। ବ୍ରହ୍ମପୁରରେ ଲୋକଙ୍କ ଆଗ୍ରହକୁ ଦେଖି ଦୋକାନୀମାନେ ଗିପ୍ଟ ଭାଉଚର, ଲଟେରୀ ଓ ଗଢ଼ା ମଜୁରି ଉପରେ ରିହାତି ଦେଉଛନ୍ତି।

ଧନତେରାସ୍‌ ଅବସରରେ ରାଉରକେଲା ସହରରେ ଗହଣା ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଜନ ଗହଳୀପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos