ଡିଜେଲ୍ ଦର ଲିଟର ପିଛା ୯୫ ପଇସା ବଢ଼ିଲା

ନୂଆଦିଲ୍ଲୀ: ବଢ଼ିଲା ଡିଜେଲ ଦର। ଗୁରୁବାର ଡିଜେଲ୍ ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଛି। ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ତେବେ ପେଟ୍ରୋଲ୍ ଦର ଅପରିବର୍ତ୍ତିତ ରହିଛି।

ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଡିଜେଲ୍ ଦର ବୃଦ୍ଧି ପାଇଛି। ଗତ ୧ ତାରିଖରେ ଡିଜେଲ୍ ଦର ଲିଟର ପିଛା ୫୦ ପଇସା ବୃଦ୍ଧି କରାଯାଇଛି।

ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ପାଇଁ ପେଟ୍ରୋଲ୍ ଦର ଲିଟର ପିଛା ୨ ଟଙ୍କା କମ୍ କରାଯାଇଥିଲା।