ଫୋବର୍ସ ଧନୀ ତାଲିକା: ଭାରତୀୟଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଏକ ନମ୍ବର

ନୂଆଦିଲ୍ଲୀ: ଫୋବର୍ସ ପତ୍ରିକାରେ ୨୦୧୬ ବର୍ଷ ପାଇଁ ରିଲାଏନ୍ସ କମ୍ପାନୀର ମୁକେଶ ଅମ୍ୱାନୀ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଧନୀ ବିବେଚିତ ହୋଇଛନ୍ତି। ତେବେ ଫୋବର୍ସ ତାଲିକାରେ ସେ ୩୬ ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ମାଇକ୍ରୋସପ୍ଟ କମ୍ପାନୀର ସହ ସଂସ୍ଥାପକ ବିଲ୍‌ ଗେଟ୍‌ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ୭୫ ଆରବ ଡଲାର ସହ ଧନୀ ତାଲିକାର ଶୀର୍ଷରେ ସେ ରହିଛନ୍ତି। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଫୋବର୍ସ ପତ୍ରିକାରେ ପ୍ରଥମ […]

Drama-Mukesh

Drama-Mukesh

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 09:53 AM IST

Sports

Latest News

ନୂଆଦିଲ୍ଲୀ: ଫୋବର୍ସ ପତ୍ରିକାରେ ୨୦୧୬ ବର୍ଷ ପାଇଁ ରିଲାଏନ୍ସ କମ୍ପାନୀର ମୁକେଶ ଅମ୍ୱାନୀ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଧନୀ ବିବେଚିତ ହୋଇଛନ୍ତି। ତେବେ ଫୋବର୍ସ ତାଲିକାରେ ସେ ୩୬ ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ମାଇକ୍ରୋସପ୍ଟ କମ୍ପାନୀର ସହ ସଂସ୍ଥାପକ ବିଲ୍‌ ଗେଟ୍‌ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ୭୫ ଆରବ ଡଲାର ସହ ଧନୀ ତାଲିକାର ଶୀର୍ଷରେ ସେ ରହିଛନ୍ତି। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଫୋବର୍ସ ପତ୍ରିକାରେ ପ୍ରଥମ ସ୍ଥାନରେ ରଖିଛନ୍ତି। ଚଳିତବର୍ଷ ତାଲିକା ଅନୁସାରେ ଗେଟ୍‌ଙ୍କ ସମ୍ପତ୍ତିର ମୂଲ୍ୟ ୭୫ ଆରବ ଡଲାର ରହିଛି, ଯାହା ଗତବର୍ଷଠାରୁ ୪.୨ ଆରବ ଡଲାର କମ୍ ରହିଛି।

ସେହିପରି ଭାରତୀୟଙ୍କ ମଧ୍ୟରେ ମୁକେଶ ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ପତ୍ରିକାରେ ମୁକେଶଙ୍କ ସମ୍ପତ୍ତିର ମୂଲ୍ୟ ୨୦.୬ ଆରବ ଡଲାର ରହିଛି। ମୁକେଶଙ୍କ ସହ ଭାରତର ୮୪ ଜଣଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। ଦିଲୀପ ସାଂଘବୀ ୪୪, ୱିପ୍ରୋ ଚେୟାରମ୍ୟାନ୍ ଅଜୀମ୍ ପ୍ରେମଜୀ ୫୫, ଏଚ୍‌ସିଏଲର ସହ ସମ୍ପାଦକ ଶିବ ନାଡାର ୮୮ ତମ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ଲକ୍ଷ୍ମୀନିୱାସ ମିତ୍ତଲ, ସୁନୀଲ ମିତ୍ତଲ, ଗୌତମ ଅଡାଣୀ, ସାବିତ୍ରୀ ଜିନ୍ଦଲ, ରାହୁଲ ବଜାଜ୍, ଏନ୍‌ଆର୍ ନାରାୟଣ ମୂର୍ତ୍ତୀ ଏବଂ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ୧୮୧୦ ଜଣଙ୍କ ନାମ ସ୍ଥାନ ପାଇଛି। ଗତବର୍ଷ ଏହି ସଂଖ୍ୟା ୧୮୨୬ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos