ଶୀଘ୍ର ବଦଳାଇ ନିଅନ୍ତୁ ମାଏଷ୍ଟ୍ରୋ ଡେବିଟ୍‌ କାର୍ଡ, ନଚେତ୍‌ ୩୧ ଜୁଲାଇ ପରେ ହଇରାଣରେ ପଡିବେ

ନୂଆଦିଲ୍ଲୀ: ଶୀଘ୍ର ବଦଳାଇ ନିଅନ୍ତୁ ନିଜର ମାଏଷ୍ଟ୍ରୋ ଡ଼େବିଟ୍‌ କାର୍ଡ଼। ନଚେତ୍‌ ଅସୁବିଧାରେ ପଡିପାରନ୍ତି। ଏପରି ଘୋଷଣା କରିଛି ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ( ପିଏନ୍‌ବି)। ଗ୍ରାହକଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ମାଏଷ୍ଟ୍ରୋ ଡେବିଟ କାର୍ଡ ବନ୍ଦ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି। ଏହା ବଦଳରେ ଗ୍ରାହକଙ୍କୁ ଅଧିକ ସୁରକ୍ଷିତ ଇଭିଏମ୍‌ ଚିପ୍‌ ଲାଗିଥିବା ଡେବିଟ କାର୍ଡ ପ୍ରଦାନ କରିବ ବ୍ୟାଙ୍କ। ତେବେ ଏହି ନୂଆ କାର୍ଡ ପାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ୩୧ […]

Maestro-Card

Maestro-Card

Rakesh Mallick
  • Published: Monday, 03 July 2017
  • Updated: 03 July 2017, 04:01 PM IST

Sports

Latest News

ନୂଆଦିଲ୍ଲୀ: ଶୀଘ୍ର ବଦଳାଇ ନିଅନ୍ତୁ ନିଜର ମାଏଷ୍ଟ୍ରୋ ଡ଼େବିଟ୍‌ କାର୍ଡ଼। ନଚେତ୍‌ ଅସୁବିଧାରେ ପଡିପାରନ୍ତି। ଏପରି ଘୋଷଣା କରିଛି ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ( ପିଏନ୍‌ବି)। ଗ୍ରାହକଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ମାଏଷ୍ଟ୍ରୋ ଡେବିଟ କାର୍ଡ ବନ୍ଦ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି।

ଏହା ବଦଳରେ ଗ୍ରାହକଙ୍କୁ ଅଧିକ ସୁରକ୍ଷିତ ଇଭିଏମ୍‌ ଚିପ୍‌ ଲାଗିଥିବା ଡେବିଟ କାର୍ଡ ପ୍ରଦାନ କରିବ ବ୍ୟାଙ୍କ। ତେବେ ଏହି ନୂଆ କାର୍ଡ ପାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ୩୧ ଜୁଲାଇ ସୁଦ୍ଧା ନିକଟସ୍ଥ ପିଏନ୍‌ବି ‍ବ୍ୟାଙ୍କକୁ ଯାଇ ପୁରୁଣା କାର୍ଡ଼ ବଦଳାଇବାକୁ ପଡିବ। ନଚେତ୍‌ ୩୧ ଜୁଲାଇ ପରେ ଆପଣଙ୍କ କାର୍ଡ ବ୍ଲକ୍‌ ହୋଇଯିବ। ନୂଆ କାର୍ଡ ପାଇଁ ଆକାଉଣ୍ଟଧାରୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପ୍ରାୟ ୧ ଲକ୍ଷ ଗ୍ରାହକଙ୍କ ପାଖରେ ମାଏଷ୍ଟ୍ରୋ ଡେବିଟ କାର୍ଡ ରହିଛି। ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଏଥିନେଇ ସୂଚନା ମଧ୍ୟ ଦିଆ ଯାଇଛି। ୨୦୧୫ରେ ରିର୍ଜଭ ବ୍ୟାଙ୍କ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ପୁରୁଣା ମାଏଷ୍ଟ୍ରୋ କାର୍ଡ ବଦଳ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos