ଶାଓମିର ଏହି ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମିଲା

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍ କମ୍ପାନୀ ଶାଓମି ଭାରତରେ ନିଜର ୨ଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇଦେଇଛି। ଶାଓମିର ଭାଇସ ପ୍ରେସିଡେଣ୍ଟ ଓ ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ୍‌ ଟ୍ୱିଟର୍‌ ଜରିଆରେ କମ୍ପାନୀର ୨ଟି ସ୍ମାର୍ଟଫୋନ୍‌ Mi A2 ଓ Redmi Note 6 Proର ମୂଲ୍ୟ କମିଥିବା ସୂଚନା ଦେଇଛନ୍ତି। ଶାଓମି Mi A2ର 4GB ରାମ୍‌ ଓ 64GB ଷ୍ଟୋରେଜ୍ ଏବେ ୧୧ହଜାର ୯୯୯ ଟଙ୍କାରେ ମିଳିବ। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ନୂଆ ମୂଲ୍ୟରେ ଶାଓମି […]

Redmi-Note-6-Pro-Hands-On-Video

Redmi-Note-6-Pro-Hands-On-Video

Chinmayee Roy
  • Published: Monday, 11 March 2019
  • Updated: 11 March 2019, 08:18 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍ କମ୍ପାନୀ ଶାଓମି ଭାରତରେ ନିଜର ୨ଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇଦେଇଛି। ଶାଓମିର ଭାଇସ ପ୍ରେସିଡେଣ୍ଟ ଓ ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ୍‌ ଟ୍ୱିଟର୍‌ ଜରିଆରେ କମ୍ପାନୀର ୨ଟି ସ୍ମାର୍ଟଫୋନ୍‌ Mi A2 ଓ Redmi Note 6 Proର ମୂଲ୍ୟ କମିଥିବା ସୂଚନା ଦେଇଛନ୍ତି।

ଶାଓମି Mi A2ର 4GB ରାମ୍‌ ଓ 64GB ଷ୍ଟୋରେଜ୍ ଏବେ ୧୧ହଜାର ୯୯୯ ଟଙ୍କାରେ ମିଳିବ। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ନୂଆ ମୂଲ୍ୟରେ ଶାଓମି ଇଣ୍ଡିଆ ଅନ୍‌ଲାଇନ୍‌ ଷ୍ଟୋର୍‌, ଆମାଜନ୍‌ ଇଣ୍ଡିଆ ୱେବସାଇଟ୍ ଓ ଫଲାଇନ୍‌ ଏମ୍‌ଆଇ ଷ୍ଟୋର୍‌ରୁ କିଣିପାରିବେ। ହେଲେ ଏହି ଫୋନ୍‌ର 6GB ରାମ୍‌ ଓ 128GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ଏବେ ବି ସେହି ପୂରୁଣା ମୂଲ୍ୟ ତଥା ୧୫ ହଜାର ୯୯୯ଟଙ୍କାରେ ଉପଲବ୍ଧ।
ଫୋନ୍‌ର ଫିଚର କଥା କହିଲେ ଏହା ଡିସ୍‌ପ୍ଲେ ୫.୯୯ ଇଞ୍ଚ୍ ଓ ଏହାର ଆସ୍ପେକ୍ଟ୍ ରେସିଓ ୧୯:୯ର ରହିଛି। ଫୋନ୍‌ରେ କ୍ୱାଲ୍‌କମ୍‌ ସ୍ନାପ୍‌ ଡ୍ରାଗନ୍‌ ୬୬୦ ଅକ୍ଟାକୋର୍ ପ୍ରୋସେସର୍ ଦିଆଯାଇଛି। ଏହା ସହ ଏଥିରେ ଲେଟେଷ୍ଟ ଆଣ୍ଡ୍ରଏଡ୍‌ ଭର୍ସନ ମଧ୍ୟ ରହିଛି। କ୍ୟାମେରା କଥା କହିଲେ, ଏଥିରେ ୨୦ ମେଗାପିକ୍ସେଲ୍‌ ଓ ୧୨ ମେଗାପିକ୍ସେଲ୍‌ର ରିୟର୍‌ କ୍ୟାମେରା ଏବଂ ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି।
ସେହିପରି Redmi Note 6 Pro କଥା କହିଲେ ଏହାର 4GB ରାମ୍‌ ଓ 64GB ଷ୍ଟୋରେଜ୍‌ର ମୂଲ୍ୟ ୨ ହଜାର ଟଙ୍କା କମି ଏବେ ୧୧ ହଜାର ୯୯୯ ଟଙ୍କା ହୋଇଯାଇଛି। Mi A2 ପରି ଏହାର  6GB ରାମ୍‌ ଓ 128GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ମୂଲ୍ୟ ଏବେ ବି ୧୫ ହଜାର ୯୯୯ଟଙ୍କା ରହିଛି।
ଏହି ସ୍ମାର୍ଟଫୋନ୍‌ର ସ୍ପେଶିଫିକେଶନ୍‌ କଥା କହିଲେ ଏଥିରେ ୧୯:୯ ରେସିଓ ଓ ୧୦୮୦x୨୨୮୦ ପିକ୍ସେଲ ରିଜୋଲ୍ୟୁସନ୍‌ ସହ ୬.୨୬ ଇଞ୍ଚ୍‌ର ଫୁଲ୍‌ HD+ ଡିସ୍‌ପ୍ଲେ ଦିଆଯାଇଛି। ଅକ୍ଟାକୋର୍ କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ ୬୩୬ ପ୍ରୋସେସର୍ ଦିଆଯାଇଛି। ଏଥିସହ ଫଟୋଗ୍ରାଫି ପାଇଁ ଏଥିରେ ୧୨ ମେଗାପିକ୍ସେଲ୍‌ ଓ ୫ମେଗାପିକ୍ସେଲର ଦୁଇଟି କ୍ୟାମେରା ଏବଂ ସେଲଫି ପାଇଁ ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି। ଏଥିସହ ଏହି ସ୍ମାର୍ଟଫୋନ୍‌ରେ 4000mAhର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos